www.samajalive.in
Tuesday, December 9, 2025
23.1 C
Bhubaneswar

ରାସ୍ତା କାମ ବନ୍ଦ ଯୋଗୁଁ ସରପଞ୍ଚଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେଶଡିହା ଗ୍ରାମପଞ୍ଚାୟତ ଘୁଟୁସାହି ଯିବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ସରପଞ୍ଚ ବନ୍ଦ କରି ଦେବା ଯୋଗୁଁ ଗ୍ରାମବାସୀମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ସରପଞ୍ଚଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହିତ ଏହି ରାସ୍ତା କାମ ନ ହେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଜଣାଇଛନ୍ତି।

ପ୍ରକାଶ ଯେ, କେଶଡିହା ଠାରୁ ଘୁଟୁସାହି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନ ଥିବାରୁ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା ଖରାପ କାରଣରୁ ପ୍ରାୟ ଏକ କିମି ଦୂର ପର୍ଯ୍ୟନ୍ତ ରୋଗୀଙ୍କୁ ଖଟିଆରେ ବୁହା ହୋଇ ମୁଖ୍ୟରାସ୍ତାରେ ପହଂଚାଯାଏ। ସେହି ସାହିର ୨୫/୩୦ ଟି ପରିବାର ଲୋକ ରାସ୍ତା ଉପରେ ନିର୍ଭରଶୀଳ। ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଚଳିତ ବର୍ଷ ଏମ.ଜି.ଏନ.ଆର.ଜି.ଏସ ଯୋଜନାରେ ୭ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାରେ ମାଟି ପକାଇବାକୁ ଗ୍ରାମପଞ୍ଚାୟତ କାର୍ଯ୍ୟାଦେଶ କରିଥିଲା। ଲୋକେ ରାସ୍ତାରେ ମାଟି ପକାଇବା କାମ ଆରମ୍ଭ କରିଥିଲେ। କାମ ଆରମ୍ଭ ହେବାର ୨ ସପ୍ତାହ ପରେ ସରପଞ୍ଚ କାମ ବନ୍ଦ କରିବାକୁ ଶ୍ରମିକ ଓ ଗ୍ରାମ ସଂଯୋଜକକୁ କହି କାମ ବନ୍ଦ କରିଦେଇଥିଲେ ବୋଲି ଗ୍ରାମବାସୀ ଠାକୁରମୁଣ୍ଡା ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ସରପଞ୍ଚ ରଘୁନାଥ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନିର୍ମାଣ ହେଉଥିବା ଘୁଟୁ ସାହି ରାସ୍ତା କାମରେ ଜାଗା ସମସ୍ୟା ଥିବାରୁ ରାସ୍ତା କାମ କୁ ବନ୍ଦ କରାଯାଇଥିଲା କିନ୍ତୁ ଏହି ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି ଏବଂ ରାସ୍ତା କାମ ପୁଣି ଆରମ୍ଭ ହେବ ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories