www.samajalive.in
Monday, December 8, 2025
14.1 C
Bhubaneswar

ସରକାରୀ-ଘରୋଇ ଭାଗିଦାରୀରେ ଚାଲିବ ଟ୍ରେନ

ଭୁବନେଶ୍ବର : ରେଳ ମନ୍ତ୍ରାଳୟ ଏବେ କେତେକ ରୁଟ୍‌ରେ ଘରୋଇ ଉଦ୍ୟମରେ ଟ୍ରେନ ଚଳାଚଳ ବ୍ୟବସ୍ଥା କରିଛି । ଏହାଛଡା ଆଉ ୧୦୯ଟି ଲାଇନରେ ୧୫୧ଟି ଆଧୁନିକ ଟ୍ରେନ ଚଳାଚଳର ବ୍ୟବସ୍ଥା ଘରୋଇ ଉଦ୍ୟମରେ କରିବାକୁ ପ୍ରୟାସ ଆରମ୍ଭ କରିଛି। ଘରୋଇ ସହଯୋଗ ପାଇଁ ରେଳବାଇ ରେଳଯାତ୍ରୀ ସେବା ଯୋଗାଇବାକୁ ଇଚ୍ଛୁକ ଥିବା ୧୨ ଜଣ ଆବେଦନକାରୀଙ୍କ ଯୋଗ୍ୟତାକୁ ବିଚାରକୁ ନେଇଛି। ଭାରତୀୟ ରେଳ ବ୍ୟବସ୍ଥାରେ ପ୍ରଥମଥର ପାଇଁ ଘରୋଇ ଉଦ୍ୟୋଗରେ ଯାତ୍ରୀ ପରିବହନ କରିବାର ଏହା ପ୍ରଥମ ଉଦ୍ୟମ । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୩୦,୦୦୦ କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି । ଏହି ପ୍ରକଳ୍ପରେ ଆଧୁନିକ ଟେକ୍ନୋ​‌େ​‌ଲାଜି, ରେଳକୋଚ୍‌ ଓ ଇଞ୍ଜିନ ଆଦିର ବ୍ୟବସ୍ଥା କରାଯିବ। ଟ୍ରେନ ଯାତ୍ରା କ୍ଷେତ୍ରରେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ସେମାନଙ୍କ ଯାତ୍ରାକୁ ସରସ ସୁନ୍ଦର କରିବାକୁ ଲକ୍ଷ୍ୟ ରଖାଯାଇଛି। ରେଳ ପରିବହନ କ୍ଷେତ୍ରରେ ଏକାଧିକ ପରିବହନକାରୀ ବା ମଲ୍ଟିପୁଲ ଅପରେଟର ରହିଲେ ପ୍ରତିଯୋଗିତା ବଢିବ ଏବଂ ସେବା ପ୍ରଦାନରେ ଉନ୍ନତି ଆସିବ। ଏହାଛଡା ଯାତ୍ରୀ ପରିବହନ କ୍ଷେତ୍ରରେ ଚାହିଦା ଓ ଯୋଗାଣ କ୍ଷେତ୍ରରେ ଯେଉଁ ଅଭାବ ରହିଛି ତାହା ଯଥେଷ୍ଟ ହ୍ରାସ ପାଇବ ।

ଯେଉଁ ଘରୋଇ ସଂସ୍ଥା ବା ବ୍ୟକ୍ତିବିଶେଷ ଏହି ପ୍ରକଳ୍ପରେ ସାମିଲ ହେବେ ସେମାନଙ୍କୁ ବାଛିବା ପାଇଁ ଏକ ଦୁଇ ପର୍ୟ୍ୟାୟ ବିଶିଷ୍ଟ ନିଲାମ ବ୍ୟବସ୍ଥା ହେବ। ପ୍ରଥମରେ ସେମାନେ ଏଥିପାଇଁ ଯୋଗ୍ୟ କି ନୁହେଁ, ସେଥି ନିମନ୍ତେ ଆବେଦନ କରିବେ ଯାହା ଆରଏଫ୍‌କ୍ୟୁ ନାମରେ ପରିଚିତ । ଦ୍ୱିତୀୟ ପର୍ୟ୍ୟାୟରେ ପ୍ରଥମ ପର୍ୟ୍ୟାୟର ମନୋନୀତ ଆବେଦନକାରୀ ପ୍ରକଳ୍ପରେ ସାମିଲ ହେବାକୁ ଆବେଦନ କରିପାରିବେ ଏବଂ ତଦନୁସାରେ ନିଲାମରେ ଅଂଶଗ୍ରହଣ କରିବ। ଏହା ଆର୍‌ଏଫ୍‌ପି ନାମରେ ପରିଚିତ। ଏହି ଅନୁକ୍ରମରେ ନିଲାମ ନିମ​‌ନ୍ତେ ଆଜି ପ୍ରଥମ ପ୍ରାକ୍‌ ଆବେଦନ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ୧୬ ଜଣ ସମ୍ଭାବ୍ୟ ଆବେଦନକାରୀ ଭାଗ ନେଇଥିଲେ। ଏହି ସଂଖ୍ୟା ବେଶ ଭଲ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଏହିସବୁ ସମ୍ଭାବ୍ୟ ଆବେଦନକାରୀ ପ୍ରକଳ୍ପ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଏଥିରେ ପ୍ରକଳ୍ପର ରୂପରେଖ, ନିଲାମରେ ଅଂଶଗ୍ରହଣ କରିବାର ନୀତି ନିୟମ, ଆବେଦନକାରୀଙ୍କ ଯୋଗ୍ୟତା, ନିଲାମର ପ୍ରକ୍ରିୟା, ରେଳଡବା କ୍ରୟ ଓ ସଂଗ୍ରହ, ଟ୍ରେନ ଚଳାଚଳ, କେଉଁ କେଉଁ ଲାଇନରେ ଏହି ରେଳ ଚଳାଚଳ କରିବ ସେ ସମ୍ପର୍କରେ ସେମାନେ ପଚାରି ବୁଝିଥିଲେ । ଏହି ସମ୍ମିଳନୀରେ ପାରଉତ୍ତାର ଭଡା ବା ହାଓଲେଜ୍‌ ଚାର୍ଜ ଉପରେ ପ୍ରଶ୍ନ ଉଠିଥିଲା । ଏଥିରେ ରେଳବାଇ ଅଧିକାରୀମାନେ କହିଥିଲେ ଯେ, ଏ ନେଇ ସରକାର ଏକ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏ କ୍ଷେତ୍ରରେ ରିଆତି ଦେବାର ବ୍ୟବସ୍ଥା ଚିନ୍ତା କରାଯାଉଛି । ତେଣୁ ହାଓଲେଜ୍‌ ଚାର୍ଜ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଯେଉଁସବୁ ରେଳପଥରେ ଘରୋଇ ଉଦ୍ୟୋଗ ସହାୟତାରେ ଯାତ୍ରୀସେବା ଆରମ୍ଭ ହେବାକୁ ଯାଉଛି ସେ ସମ୍ପର୍କରେ ସବିଶେଷ ସୂଚନା ଆଗ୍ରହୀ ଅଂଶୀଦାରମାନଙ୍କୁ ଯୋଗାଇ ଦିଆଯିବ । ଏହା ଫଳରେ ସେମାନେ ଏହି ରୁଟ୍‌ରେ ନିଜର ପରିବହନ ସେବାର ଲାଭ କ୍ଷତି ସମ୍ପର୍କରେ ଅବଗତ ହୋଇପାରିବେ । ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ଏହି ପ୍ରକଳ୍ପରେ ଯେଉଁସବୁ ଟ୍ରେନ ଚଳାଚଳ କରିବ ସେସବୁ ଟ୍ରେନକୁ ଘରୋଇ ସଂସ୍ଥାମାନେ କିଣିବେ କିମ୍ବା ଲିଜ୍‌ଭିତ୍ତିରେ ନେବେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚଳାଚଳ କ୍ଷେତ୍ରରେ ଯେଉଁସବୁ ବିପଦ ବା ସମ୍ଭାବ୍ୟ କ୍ଷୟକ୍ଷତି ରହିଛି ତାହାକୁ ସମାନ ଭାବେ ସଂପୃକ୍ତ ଘରୋଇ ପକ୍ଷ ଏବଂ ରେଳବାଇ ଆନୁପାତିକ ଭିତ୍ତିରେ ବହନ କରିବେ । ରେଳ ମନ୍ତ୍ରାଳୟ ସମ୍ଭାବ୍ୟ ଆବେଦନକାରୀଙ୍କଠାରୁ ଯେଉଁସବୁ ପ୍ରଶ୍ନ ପାଇଛି ଚଳିତମାସ ୩୧ ସୁଦ୍ଧା ସେସବୁର ଲିଖିତ ଉତ୍ତର ପ୍ରଦାନ କରିବ । ଦ୍ୱିତୀୟ ପ୍ରାକ୍‌ ଆବେଦନକାରୀ ସମ୍ମିଳନୀ ଆସନ୍ତା ଅଗଷ୍ଟ ୧୨ରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories