www.samajalive.in
Monday, December 15, 2025
16.1 C
Bhubaneswar

ଡିସେମ୍ବର ୩୦ ତାରିଖ, ୧୯୩୩- ସମାଜରେ ବାହାରିଥିବା ଖବର

ରିଜର୍ଭ ବ୍ୟାଙ୍କ୍ ବିଲ୍
୨୫ ବର୍ଷ ଯାଏଁ ଆଇନ କାଏମ ରହିବ
ଦିଲ୍ଲୀ, ୨୧।୧୨।୩୩:ରିଜର୍ଭ ବ୍ୟାଙ୍କ୍ ବିଲର ପ୍ରତ୍ୟେକ ଦଫା ନେଇ ଯେ ଆଲୋଚନା ଓ ସଂଶୋଧନ ପ୍ରସ୍ତାବ ହେଉଥିଲା, ସେସବୁ ଖତମ ହୋଇଗଲା। ଶ୍ରୀଯୁକ୍ତ ସୀତାରାମ ରାଜୁ ବ୍ୟାଙ୍କ୍‌ର ଗୋଟିଏ ଗ୍ରାମ୍ୟ ଋଣ ବିଭାଗ ଏ ବ୍ୟାଙ୍କ୍ ଗଢ଼ାଯିବାର ଅନ୍ତତଃ ୨ ବର୍ଷ ଭିତରେ ଖୋଲିବା ପାଇଁ ପ୍ରସ୍ତାବ କରିଥିଲେ।ସପକ୍ଷ ବିପକ୍ଷ ବକ୍ତୃତା ପରେ ସାର୍ ସ୍ଲିକ୍ଟର ସ୍ପଷ୍ଟ କହିଲେ ଯେ ରିଜର୍ଭ ବ୍ୟାଙ୍କ୍ ଚାଷୀମାନଙ୍କ ସମବାୟ ବ୍ୟାଙ୍କ୍ ଜରିଆରେ ସାହାଯ୍ୟ କରିପାରିବ। ଏହାପରେ ଶ୍ରୀଯୁକ୍ତ ସୀତାରାମ ରାଜୁ ତାଙ୍କ ପ୍ରସ୍ତାବକୁ ବଦଳାଇ କହିଲେ ଯେ ବିଭାଗ ରହିବ, ସେଥିରେ କେବଳ କେତେଜଣ ବିଶେଷଜ୍ଞ ରହିବେ।

କଟକରେ ସର୍କିଟ୍‌କୋଟ୍
କଟକ, ୨୩।୧୨।୩୩:କଟକରେ ହାଇକୋର୍ଟର ସର୍କିଟ୍ ଅଦାଲତ ବସିଛି।ଜଜ୍‌ ମିଷ୍ଟର୍ ମାକ୍‌ଫରସନ୍‌ ଓ ଜଜ୍ ମିଷ୍ଟର୍ ଫଜଲିଆଲି ବିଚାରପତିମାନେ ଆସିଛନ୍ତି। ଆଳି ଓ କନିକା ଜମିଦାରଙ୍କ ଭିତରେ ଚରା ଜମି ପ୍ରଭୃତି ନେଇ ବର୍ତ୍ତମାନ ମକଦ୍ଦମାମାନ ଚାଲିଛି। କନିକା ପଟେ ବାବୁ ପାରେଶ୍ବର ମହାନ୍ତି ଓ ଆଳି ପଟେ ରାୟପୁର ଲକ୍ଷ୍ମୀଧର ମହାନ୍ତି ଓକିଲ ଅଛନ୍ତି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories