www.samajalive.in
Saturday, December 6, 2025
15.1 C
Bhubaneswar

କୋଭିଡରେ ମୃତ ୩୦୦ ଲୋକଙ୍କ ଶବ ଦାହକରି ନିଜେ ଶବ ହୋଇଗଲେ

ଚଣ୍ଡିଗଡ: ହରିଆଣାର ହିସାର ମ୍ୟୁନିସିପାଲିଟିରେ କାର୍ଯ୍ୟରତ ଜଣେ କର୍ମଚାରୀ ଗତବର୍ଷରୁ ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ କୋଭିଡରେ ପ୍ରାଣ ହରାଇଥିବା ୩୦୦ରୁ ଅଧିକ ଲୋକଙ୍କର ଶବ ଦାହ କରିଥିଲେ। କୋଭିଡରେ ସଂକ୍ରମିତ ହୋଇ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କର ମୃତଦେହ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସାନ୍ତର କରାନଯାଇ ସ୍ଥାନୀୟ ପ୍ରଶାସନ ସେଗୁଡିକର ଅନ୍ତିମ ସଂସ୍କାର କାର୍ଯ୍ୟ କରୁଛି। ତଦନୁଯାୟୀ ହିସାର ମ୍ୟୁନିସିପାଲିଟି ପକ୍ଷରୁ ତାହାର କିଛି କର୍ମଚାରୀଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯାଇଥିଲା ଏବଂ ଉକ୍ତ ଗୋଷ୍ଠୀକୁ କୋଭିଡରେ ମୃତକଙ୍କ ଶବ ସତ୍କାର ଦାୟିତ୍ୱ ଦିଆଯାଇଥିଲା। ପ୍ରବୀଣ କୁମାର ନାମକ ଏହି କର୍ମଚାରୀ ଉକ୍ତ ଗୋଷ୍ଠୀର ନେତୃତ୍ୱ ନେଉଥିଲେ। ୪୩ ବର୍ଷ ବୟସ୍କ ପ୍ରବୀଣ ଇତିମଧ୍ୟରେ ୩୦୦ରୁ ଅଧିକ କୋଭିଡ ମୃତକଙ୍କ ଶବଦାହ କରିସାରିଥିଲେ। ଜଣେ ବାସ୍ତବ କରୋନା ଯୋଦ୍ଧା ଭାବରେର ସେ ନିଜ ଅଞ୍ଚଳରେ ପରିଚିତ ଥିଲେ। କିନ୍ତୁ ତିନିଦିନ ପୂର୍ବରୁ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଲା। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଶେଷରେ ସୋମବାର ସେ ଆଖିବୁଜିଲେ। ଯେଉଁ ଶ୍ମଶାନରେ ସେ ଏତେସଂଖ୍ୟକ ମୃତଦେହ ଦାହ କରିଥିଲେ, ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories