www.samajalive.in
Monday, December 8, 2025
13.1 C
Bhubaneswar

ଭାରତବାସୀଙ୍କୁ ଅଣଦେଖା କରି କୋଭିସିଲ୍ଡ ଟିକା ରପ୍ତାନି କରିନାହିଁ-ଆଦାର ପୁନାୱାଲା

ନୂଆଦିଲ୍ଲୀ: ଭାରତର ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି ବିଦେଶକୁ କୋଭିସିଲ୍ଡ ଟିକା ରପ୍ତାନି କରାଯାଇନଥିବା କହିଛନ୍ତି ଏହି ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ସିଇଓ ଆଦାର ପୁନାୱାଲା। ସେ କହିଛନ୍ତି ଯେ ଦେଶର କୋଭିଡ ପ୍ରତିଷେଧକ ଟିକାକରଣ ନିମନ୍ତେ ଯାହା କିଛି ସମ୍ଭବ ସେଦିଗରେ ସହଯୋଗ କରିବାକୁ ଏସଆଇଆଇ ପ୍ରତିବଦ୍ଧ ରହିଛି।
ଅନ୍ୟାନ୍ୟ ରାଷ୍ଟ୍ରକୁ କୋଭିସିଲ୍ଡ ଟିକା ରପ୍ତାନି ଯଥାର୍ଥ ବୋଲି ଦର୍ଶାଇ ପୁନାୱାଲା କହିଛନ୍ତି, ୨୦୨୧ ଜାନୁଆରୀରେ କମ୍ପାନୀ ନିକଟରେ ବିପୁଳ ପରିମାଣରେ ଟିକା ଗଛିତ ଥିଲା ଏବଂ ସେହି ସମୟରେ ଭାରତରେ କମ୍‍ ସଂଖ୍ୟାରେ କରୋନା ସଂକ୍ରମଣ ପରିଲକ୍ଷିତ ହେଉଥିଲା। ଅନ୍ୟପକ୍ଷରେ ବିଶ୍ୱର ଅନ୍ୟ କେତେକ ରାଷ୍ଟ୍ରରେ ସରକାର ମହାମାରୀ କବଳରୁ ଲୋକଙ୍କୁ ବଞ୍ଚାଇବାକୁ ଟିକା ଜରୁରୀ ଆବଶ୍ୟକ କରୁଥିଲେ। ଆମ ସରକାର ସେମାନଙ୍କୁ ସହଯୋଗର ହାତ ବଢାଇଥିଲେ। ଏବେ ତାହାର ପ୍ରତିଦାନ ମିଳୁଛି। ଭାରତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜରୁରୀ ସାମଗ୍ରୀ ଅମ୍ଳଜାନ ଓ ଅନ୍ୟାନ୍ୟ ସହାୟତା ଆବଶ୍ୟକ କରୁଥିବାବେଳେ ତାହା ବିଶ୍ୱର ବିଭିନ୍ନ ରାଷ୍ଟ୍ର ଯୋଗାଇ ଦେଉଛନ୍ତି। ତାହାସହିତ ସେ କହିଛନ୍ତି ଯେ, ଏହି ମହାମାରୀ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମାବଦ୍ଧ ନୁହେଁ ବୋଲି ଆମକୁ ବୁଝିବାକୁ ହେବ। ବିଶ୍ୱରେ ପ୍ରତ୍ୟେକ ଲୋକ ନିରାପଦ ନରହିଲେ ଆମେ ନିରାପଦରେ ରହିପାରିବା ନାହିଁ, କାରଣ ଏହି ଭୂତାଣୁକୁ ବିଶ୍ୱସ୍ତରରେ ପରାସ୍ତ କରିବାକୁ ହେବ। ଭାରତରେ ସମୁଦାୟ ଜନସଂଖ୍ୟାକୁ ଟିକାକରଣ କରାଯିବା କ୍ଷେତ୍ରରେ ଅନେକ ଆହ୍ୱାନ ରହିଥିବା ସେ କହିଛନ୍ତି। ପୁନାୱାଲା କହିଛନ୍ତି ଯେ ଶହେକୋଟିରୁ ଅଧିକ ଲୋକଙ୍କୁ ଆଗାମୀ ଦୁଇ ତିନିମାସ ମଧ୍ୟରେ ସଂପୂର୍ଣ୍ଣ ଭାବରେ ଟିକାକରଣ କରାଯାଇପାରିବ ନାହିଁ। ସମୁଦାୟ ବିଶ୍ୱବାସୀଙ୍କୁ ଟିକାକରଣ କରିବାକୁ ଆଗାମୀ ଦୁଇରୁ ତିନିବର୍ଷ ଲାଗିପାରେ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।
ଏସଆଇଆଇ ଇତିମଧ୍ୟରେ ୨୦ କୋଟି ପାନ ଟିକା ଯୋଗାଇ ଦେଇଛି। ଟିକା ଉତ୍ପାଦନ ଓ ଯୋଗାଣକୁ ଦେଖିଲେ ସେରମ୍‍ ଇନଷ୍ଟିଚ୍ୟୁଟ ବିଶ୍ୱରେ ଶ୍ରେଷ୍ଠ ତିନିଟି କମ୍ପାନୀ ମଧ୍ୟରେ ରହିଛି। ଏହା ଟିକା ଉତ୍ପାଦନ କ୍ଷମତା ବୃଦ୍ଧିସହିତ ଭାରତକୁ ଅଗ୍ରାଧିକାର ଦେଉଛି। କମ୍ପାନୀ ଚଳିତ ବର୍ଷ ଶେଷସୁଦ୍ଧା କୋଭାକ୍ସ ପ୍ରସ୍ତୁତ କରିବା ସହିତ ଅନ୍ୟାନ୍ୟ ରାଷ୍ଟ୍ରଙ୍କୁ ଟିକା ଯୋଗାଣ ଆରମ୍ଭ କରିବ ବୋଲି ସେ ଉଲ୍ଲେଖ କରିଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories