www.samajalive.in
Monday, December 8, 2025
27.1 C
Bhubaneswar

ମହାମାରୀ ସମୟରେ ଅର୍ଦ୍ଧାଧିକ ଭବିଷ୍ୟନିଧି ହିତାଧିକାରୀ ସଂଚିତ ପାଣ୍ଠିରେ ବଞ୍ଚିଛନ୍ତି

ନୂଆଦିଲ୍ଲୀ: ୨୦୨୦ ଏପ୍ରିଲରେ ଦେଶରେ ଆରମ୍ଭ ହୋଇଥିବା କୋଭିଡ-୧୯ ମହାମାରୀ ସଂକ୍ରମଣ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଛଡାଇନେବା ସହିତ ଲକ୍ଷାଧିକଙ୍କ ପାଇଁ ମୃତ୍ୟୁର କାରଣ ହୋଇଛି। ଏହି ମହାମାରୀ ସମୟରେ ଦେଶର ସଂଗଠିତ ଶ୍ରମିକ ବର୍ଗଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଭବିଷ୍ୟନିଧି ପାଣ୍ଠିରେ ସେମାନଙ୍କର ସଂଚିତ ଅର୍ଥରେ ଜୀବନ ନିର୍ବାହ କରୁଥିବା ଜଣାଯାଇଛି। ଏ ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶରେ ପ୍ରାୟ ୬ କୋଟି ଭବିଷ୍ୟନିଧି ହିତାଧିକାରୀ ରହିଛନ୍ତି। ଗତବର୍ଷ କୋଭିଡ ମହାମାରୀ ସଂକ୍ରମଣ ଆରମ୍ଭ ହେବା ପରବର୍ତ୍ତୀ ସମୟରେ ୨୦୨୦ ଏପ୍ରିଲ ୧ରୁ ୨୦୨୧ ମଇ ୧ ତାରିଖ ମଧ୍ୟରେ ପ୍ରାୟ ୩.୫ କୋଟି ହିତାଧିକାରୀ ସେମାନଙ୍କ ଭବିଷ୍ୟନିଧି ଜମାଖାତାରୁ ଟଙ୍କା ଉଠାଇ ଖର୍ଚ୍ଚ କରିଛନ୍ତି। ସେହିଭଳି ଆଉ ପ୍ରାୟ ୭୨ ଲକ୍ଷ ହିତାଧିକାରୀ ଅଣଫେରସ୍ତଯୋଗ୍ୟ ଅଗ୍ରୀମ ଅର୍ଥ ସେମାନଙ୍କ ଜମାଖାତାରୁ ନେଇଛନ୍ତି। ଏହାର ପରିମାଣ ୧୮୫୦୦ କୋଟି ଟଙ୍କା ବୋଲି କୁହାଯାଇଛି।
୩.୫ କୋଟି କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ହିତାଧିକାରୀ ସେମାନଙ୍କ ସଂଚୟ ଖାତାରୁ ୧.୨୫ ଲକ୍ଷ କୋଟି ଟଙ୍କା ଉଠାଇଥିବା ସରକାରୀ ରିପୋର୍ଟରୁ ଜଣାଯାଇଛି। ସେମାନଙ୍କ ଚୂଡାନ୍ତ ଭବିଷ୍ୟନିଧି ଜମା ଫେରସ୍ତ, ପେନସନ, ମୃତ୍ୟୁ ବୀମା ଏବଂ ସ୍ଥାନାନ୍ତରଣ ଆଦି ମଧ୍ୟ ଏଥିରେ ସାମିଲ ରହିଛି। କୋଭିଡ ମହାମାରୀ କାରଣରୁ ଅଧିକାଂଶ ସଂଗଠିତ କ୍ଷେତ୍ର ଶ୍ରମିକ, କର୍ମଚାରୀ ନିଯୁକ୍ତି ହରାଉଥିବା ଏବଂ ପରିବାର ଭରଣ ପୋଷଣ ପାଇଁ ସେମାନଙ୍କର ସଂଚିତ ଭବିଷ୍ୟନିଧି ଉପରେ ନିର୍ଭର କରୁଥିବା ଏଥିରୁ ପ୍ରତିଫଳିତ ହୋଇଛି। ମୁମ୍ବଇ, ପୁନେ, ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ସର୍ବାଧିକ ସଂଖ୍ୟକ ଲୋକ ସେମାନଙ୍କ ଜମା ଖାତାରୁ ଟଙ୍କା ଉଠାଇବାକୁ ଆବେଦନ କରିଥିବା ମଧ୍ୟ ଜଣାଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories