ଆଜି ଭୁବନେଶ୍ୱର ସାଲିଆସାହିର ଲୋକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ସ୍ଥାୟୀ ପଟ୍ଟା ଓ ଘର ପ୍ରଦାନ ପ୍ରସଙ୍ଗ ଜଣାଇଛନ୍ତି। ଏ ବିଷୟରେ ସେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, କେନ୍ଦ୍ର ଗୃହ ନିର୍ମାଣ ମନ୍ତ୍ରୀ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ସହ କଥା ହେବେ ବୋଲି ପ୍ରତିଶ୍ରୁତି ଦେଇଥିବା। ଶ୍ରୀ ପ୍ରଧାନ ଏହି ବିଷୟରେ ଟ୍ୱିଟ କରିଛନ୍ତି।

ରାଜଧାନୀ ପ୍ରତିଷ୍ଠା ଦିବସରରେ ଶ୍ରୀ ପ୍ରଧାନ ସବୁ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହିରେ ଦୀର୍ଘ ଦିନରୁ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କ ବାସସ୍ଥାନ ପାଇଁ ସ୍ଥାୟୀ ପଟ୍ଟା ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି, ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦାମାନେ ଓଡ଼ିଶାର ନୂଆ ରାଜଧାନୀକୁ ସେମାନଙ୍କ ପରିଶ୍ରମର ଝାଳରେ ତିଆରି କରିଛନ୍ତି। ଆମେ ଭଲ ଘରେ ଓ ଭଲରେ ରହୁଛୁ, ଏଥିରେ ସେମାନଙ୍କର ବଡ଼ ଯୋଗଦାନ ରହିଛି।
ରାଜ୍ୟର ରାଜଧାନୀର ଯେଉଁ ଅଞ୍ଚଳରେ ମୁଁ ରହିଛି, ସେହି ଅଞ୍ଚଳର ପ୍ରମୁଖ ବସ୍ତି ସାଲିଆ ସାହିର ଅନେକ ଲୋକ ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୋତେ ସାକ୍ଷାତ୍ କଲେ । pic.twitter.com/2CQHwGasPY
— Dharmendra Pradhan (@dpradhanbjp) April 13, 2021



