www.samajalive.in
Thursday, December 11, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଅବସରରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଜ ଦଳ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କଲେ। ରାଜ୍ୟରେ ବିକାଶର ଗୋଲାପି ଚିତ୍ର ଆଙ୍କିଲେ। ମାତ୍ର ତୃଣମୁଳ ସ୍ତରରେ ବାସ୍ତବ ସ୍ଥିତି ସଂପର୍କରେ କାହିଁକି ମୁହଁରେ ତୁଣ୍ଡି ଦେଇ ରହିଲେ, ଯାହାକି ପିପିଲି-ଡେଲାଙ୍ଗ ଜନସାଧାରଣଙ୍କୁ ବହୁତ ବ୍ୟଥିତ କରିଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପିପିଲି-ଡେଲାଙ୍ଗବାସୀଙ୍କ ତରଫରୁ ୫ଟି ପ୍ରଶ୍ୱ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି କି; ଅତୀତରେ ରାଜ୍ୟରେ ଯେଉଁଠି ଉପନିର୍ବାଚନ ହୁଏ, ସେ ଅଂଚଳର ବିକାଶର ଦାୟୀତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତି ବୋଲି ପ୍ରଚାର କରିଥାନ୍ତି। ଗତ କାଲି ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପିପିଲି ଅଂଚଳର ବିକାଶର ଦାୟୀତ୍ୱ ନେବେ ବୋଲି ଚିରାଚରିତ ଭାବେ ପୂର୍ବ ଭଳି ପୁଣି ଥରେ କହିଛନ୍ତି। ଯଦି ପିପିଲି ବିକାଶର ଦାୟୀତ୍ୱ ମୁଖ୍ୟମନ୍ତ୍ରୀ ନେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ କହୁଛନ୍ତି, ତାହେଲେ ଆଜି ପର୍ଯ୍ୟନ୍ତ ଏହି ଦାୟୀତ୍ୱ କିଏ ନେଇଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପିପିଲି ଚାନ୍ଦୁଆ କଥା ମନେ ପକାଇଲେ। ପିପିଲି ଶାନ୍ତ ରହିଲେ ଯାଇ ଚାନ୍ଦୁଆ ବିକ୍ରି ହୋଇପାରିବ। ପିପିଲିକୁ ହିଂସ୍ର କିଏ କରୁଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ମହିଳାଙ୍କ କଥା କହିଛନ୍ତି। ପିପିଲିର ଦଳିତ ଝିଅ ବେବିନାକୁ ନ୍ୟାୟ ମିଳିଛି କି ? ଇତିଶ୍ରୀକୁ କି ନ୍ୟାୟ ମିଳିଲା ? ପିପିଲିର ଏହି ଦୁଇ ଝିଅଙ୍କ ନାଁ କଣ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନାହିଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ମୋଦି ସରକାର ଫନୀ ବାତ୍ୟା ବିପନ୍ନଙ୍କ ପାଇଁ ଘର ପଠାଇଲେ। ଏବେ ପିପିଲି-ଡେଲାଙ୍ଗର ହଜାର ହଜାର ପରିବାର ପଲିଥିନ ଟାଣି ଖୋଲା ଆକାଶ ତଳେ କାହିଁକି ରହିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ହିଷ୍ଟ୍ରିସିଟର ବଡ ଅପରାଧୀ ଧୀରେନ ସାମନ୍ତରାୟଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ସାକ୍ଷାତ କଲେ। ଏପରିକି ପିପିଲି ଉପନିର୍ବାଚନ ଦାୟୀତ୍ୱ ଦେଇ ଖୋଦ୍ ମୁଖ୍ୟମନ୍ତ୍ରୀ ହିଂସାକୁ ପ୍ରୋତ୍ସାହନ ଦେଉନାହାନ୍ତି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ନବୀନ ବାବୁଙ୍କ ପିପିଲିର ନିର୍ବାଚନ ପ୍ରଚାର ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ପରି ଉପାଖ୍ୟାନ। ମିଥ୍ୟା ପ୍ରବଂଛନା ଓ ପ୍ରତାରଣାକୁ ପିପିଲି-ଡେଲାଙ୍ଗବାସୀ ଭଲ ଭାବେ ବୁଝି ସାରିଛନ୍ତି ଓ ଆଗାମୀ ନିର୍ବାଚନରେ ଏହାର ସଠିକ ଉତର ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories