ବୁଗୁଡ଼ା : ବୁଟ ଡାଲି ଆଣିବାକୁ ଯାଇ ପଞ୍ଚାୟତ ବାରଣ୍ଡାରେ ଅପେକ୍ଷା କରି ବସିଥିବା ବେଳେ ଟଳି ପଡିଲେ ବୃଦ୍ଧ। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର କାର୍ଯ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ କୈଳାସ ନଗର ଗ୍ରାମର ଭୀମସେନ ନାୟକ (୬୫) । ଆଜି ମାଧ୍ୟାହ୍ନ ସମୟରେ କୋଭିଡ ପାଇଁ ସରକାରଙ୍କ ତରଫରୁ ମିଳୁଥିବା ମାଗଣା ବୁଟଡାଲି ଆଣିବାକୁ ଯାଇଥିବା ବେଳେ ଭୀମ ଟଳି ପଡ଼ିଥିଲେ ।
Popular Categories



