Patra electronics

ଆଜିର ରାଶିଫଳ; ଧନହାନିରୁ ବର୍ତ୍ତିଯିବେ ଏହି ରାଶିର ବ୍ୟକ୍ତି

ମେଷ: ପତ୍ନୀ ଘରକରଣାସମ୍ପନ୍ନ ହୋଇପାରନ୍ତି। କର୍ମଚଞ୍ଚଳା ହେବେ। କଠିନ ସ୍ବଭାବସମ୍ପନ୍ନା ହୋଇପାରନ୍ତି। ଧନପ୍ରିୟା ହେବେ। ସାଧୁତା ଗୁଣସମ୍ପନ୍ନ ହେବେ। ସୁସନ୍ତାନବତୀ ହେବେ। କର୍ମଠ ଓ ଧର୍ମପ୍ରିୟା ହେବେ।

ବୃଷ: ଗୃହପାଳିତ ପଶୁମାନଙ୍କ ପାଇଁ ପଡ଼ୋଶୀଙ୍କ ସହ ବୈରତା ଉପୁଜିପାରେ। ଅସତ୍ୟମାର୍ଗକୁ ପରିତ୍ୟାଗ କରି ସତ୍‌ପଥଗାମୀ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି। ବନ୍ଧୁ ସୁଖ ମିଳିବ।

ମିଥୁନ: ସନ୍ତାନମାନେ ଉତ୍ତମ ଶିକ୍ଷାସମ୍ପନ୍ନ ହୋଇପାରନ୍ତି। ସ୍ବଧର୍ମାନୁରକ୍ତ ହେବେ। ସତ୍‌ଚରିତ୍ରଯୁକ୍ତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ତେଜୀୟାନ୍‌ ଭାବ ପ୍ରଦର୍ଶନ କରି ଆଦର୍ଶବାଦୀ ହେବେ।

କର୍କଟ: ଜଳଯାତ ଦ୍ରବ୍ୟରୁ ଧନ ଆହରଣ କରି ସଞ୍ଚୟାଭିମୁଖୀ ହୋଇପାରନ୍ତି। ପାନୀୟ ଜଳ ପାଇଁ କୂପ ଜଳକୁ ବିଶୋଧନ କରିବେ। ନିରଳସ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ପୈତୃକ ସମ୍ପତ୍ତି ଭୋଗ କରିବେ।

ସିଂହ: ଶୂଦ୍ର ବ୍ୟକ୍ତିଙ୍କ ସହିତ ଉତ୍ତମ ମିତ୍ରତା ସୂତ୍ରରେ ଅନୁବନ୍ଧିତ ହୋଇପାରନ୍ତି। ଏତଦ୍‌ ବ୍ୟତୀତ ଅନ୍ୟ କୌଣସି ଜାତି ସହିତ ଶତ୍ରୁତା ଉପୁଜେ ନାହଁି। ଯେଶାକୁ ତେଶା ବ୍ୟବହାର କରି ସବୁରି ପ୍ରିୟପାତ୍ର ହେବେ।

କନ୍ୟା: ରାଜ ହେତୁକ ଧନ ଲୋଭର ସୁଯୋଗ ସୃଷ୍ଟି ହୋଇଛି। ସୁବର୍ଣ୍ଣ, ମଣି, ମୁକ୍ତା ଆଦି ମୂଲ୍ୟବାନ୍‌ ବସ୍ତୁ ରତ୍ନ ଲାଭର ସୂଚନା ମିଳୁଛି। ଗୃହ ପାଳିତ ପ୍ରାଣୀ ଖର୍ଦି, ବିକ୍ରିରୁ ଧନଲାଭ କରିପାରନ୍ତି। କ୍ରୋଧ ନିୟନ୍ତା ହେବେ।

ତୁଳା: ଚିତ୍ର ବିଦ୍ୟା ପାରଦର୍ଶୀ ହୋଇପାରନ୍ତି। ଅତିଶୟ ପୁଣ୍ୟ କର୍ମଶୀଳ ହେବାର ସୂଚନା ମିଳୁଛି। ଧନସମ୍ପଦ ଭରପୂର ରହିବ। ଚାଲିଚଳନ ନୃପ ତୁଲ୍ୟ ହେବ। ଆହାରେ ତ୍ୟକ୍ତ ଲଜ୍ଜା ଭୂମିକା ନିର୍ବାହ କରିପାରନ୍ତି।

ବିଛା:  ସର୍ବାଦୌ ଚୋରମାନଙ୍କ ପ୍ରତି ସତର୍କ ରହିବେ। ଧନହାନିରୁ ବର୍ତ୍ତିଯିବେ। କୁମିତ୍ରମାନଙ୍କ ଚାଲିଚଳନ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ସେମାନଙ୍କୁ ନିନ୍ଦା କର୍ମରୁ ନିବୃତ୍ତ କରାଇ ସନ୍ମାର୍ଗୀ କରିପାରନ୍ତି।

ଧନୁ: ସରକାରୀ ସ୍ତରରୁ ଅନୁଦାନ ସ୍ବରୂପ ଧନ ରାଶି ପ୍ରାପ୍ତିର ସୂଚନା ମିଳୁଛି। ସେବା କ୍ଷେତ୍ରରେ ସମସ୍ତଙ୍କ ଆଦରଣୀୟ ହେବେ। କର୍ମ କ୍ଷେତ୍ରରେ ନିଜର ପୌରୁଷପଣିଆ ସାବ୍ୟସ୍ତ କରି ପୁଷ୍ପାବରଣ ହୋଇପାରନ୍ତି।

ମକର: ପରୋପକାରୀ କର୍ମପ୍ରଧାନ ହୋଇପାରନ୍ତି। ପାପୀମାନଙ୍କର ପାପ ପ୍ରତି ନିର୍ଦୟ ଆଚରଣ କରିବାକୁ ବାଧ୍ୟ ହେବେ। ଦୁଷ୍ଟ ସଙ୍ଗୀମାନଙ୍କୁ ପାଖରୁ ଅନ୍ତର କରି ଆଶ୍ବସ୍ତ ହେବେ। ଧର୍ମୀୟ ମନୋବୃତ୍ତିର ହେବେ।

କୁମ୍ଭ: ଦେବଭକ୍ତି ସମ୍ପନ୍ନ ହୋଇପାରନ୍ତି। ବୃକ୍ଷ, ଗୁଳ୍ମ, ଲତା ଇତ୍ୟାଦି ସବୁଜିମା ସୃଷ୍ଟିକାରୀଙ୍କ ପ୍ରତି ସ୍ନେହବୋଳା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ମାନବ ଧର୍ମ ରକ୍ଷାକର୍ତ୍ତା ହେବେ। କୃଷି କ୍ଷେତ୍ରରୁ ଲାଭ ଆସିପାରେ।

ମୀନ: ରକ୍ତଚାପଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳର ସତର୍କ ରହିଲେ ଆଶୁ, ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ପାଇଯିବେ। ସ୍ବର୍କମ ବଳରେ ବଳୀୟାନ୍‌ ହୋଇ ଦ୍ରୁତ ଗୌରବ ଫେରିବ।

Comments are closed.