www.samajalive.in
Saturday, December 13, 2025
27.1 C
Bhubaneswar

ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ସହର ର ଦୁଇଟି ସ୍ଥାନରେ ରାସ୍ତା ପାଲଟିଛି ମରଣଯନ୍ତା । ମ.ରାମପୁର ସହରର ପୂର୍ତ୍ତ ବିଭାଗ ରାସ୍ତା ପୁୁରୁଣା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ଓ ବ୍ରାହ୍ମଣପଡା ନିକଟରେ ବିରାଟ ଖାଲ ହୋଇଛି। ଏହାସହିତ ବର୍ଷା ଦିନେ ଏହି ଖାଲରେ ପାଣି ଜମୁଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା  ଜନସାଧାରଣ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବର୍ଷା ହେବା ଫଳରେ ଉକ୍ତ ଖାଲ ଗୁଡ଼ିକରେ ପାଣି ଭର୍ତ୍ତିହୋଇ ଥିବା କାରଣରୁ ବାଇକ ଯୋଗେ ଯାତାୟତ କରୁଥିବା ଏବଂ ବିଦ୍ୟାଳୟକୁ ଯାଉଥିବା ଛାତ୍ର ଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଚକ୍ରଧର ବେହେରାଙ୍କୁ ପଚାରିବାରୁ ଦୁଇଦିନ  ମଧ୍ୟରେ  ସବୁ ଖାଲ ମରାମତି କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।  ପୂର୍ତ୍ତ ବିଭାଗ ତୁରନ୍ତ ଏହି ସ୍ଥାନ ଗୁଡ଼ିକର ସ୍ଥାୟୀ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories