www.samajalive.in
Thursday, December 11, 2025
18.1 C
Bhubaneswar

ବାଇକ ପୋଡିଲେ ଦୁର୍ବୃତ୍ତ

ଗୋପାଳପୁର :  ନୁଆଁ ବକ୍ସିପଲ୍ଲୀ ଗ୍ରାମରେ ଏକ ବୁଲେଟରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ପୋଡି  ଦେଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ନୁଆଁ ବକ୍ସିପଲ୍ଲୀ ଗ୍ରାମର  ସତ୍ୟ ସାଇବାବା ମନ୍ଦିରର ଡିଜାଇନ ମିସ୍ତ୍ରୀ ଆନ୍ଧ୍ର ଇଷ୍ଟ ଗୋଦାବରୀର ଲେଙ୍କେ ବ୍ରହ୍ମାଜୀ ଦୁଇ ମାସ ହେଲା ସେଠାରେ ଭଡ଼ାରେ ରହି ମନ୍ଦିର ଡିଜାଇନ କାମ କରୁଥିଲେ ।  ଶନିବାର ରାତିରେ ବୁଲେଟ ଗାଡ଼ି ନମ୍ବର ଏ ପି ୩୧ ଡ଼ି ଡ଼ି ୭୩୭୧ ଗାଡିଟି ମନ୍ଦିର ପାଖରେ ରଖି ଘରକୁ ଯାଇଥିଲେ । ରବିବାର ସକାଳେ ଆସି ଦେଖିବା ବେଳକୁ ବୁଲେଟକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ମନ୍ଦିର କମିଟିକୁ ସୂଚନା ଦେଇ ଥିଲେ । କମିଟି ସଭ୍ୟ ଏସ. ବୈରାଗୀ  ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ କେସ ନମ୍ବର ୨୧୪/୨୪ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି ।

ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

- Advertisement -

 

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories