www.samajalive.in
Saturday, December 6, 2025
15.1 C
Bhubaneswar

ସଲାମ ସହିଦ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସମ୍ପନ୍ନ ହେଲା ଦୁଇ ଓଡିଆ ଯବାନଙ୍କ ଶେଷକୃତ୍ୟ

ଭୁବନେଶ୍ବର : ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସମ୍ପନ୍ନ ହୋଇଛି।

ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରର ସହିଦ ନନ୍ଦୁରାମ ସୋରେନ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଶୋକାକୂଳ ପରିବେଶରେ  ସହିଦ ନନ୍ଦୁରାମ ସୋରେନଙ୍କ ମରଶରୀର ଟାଉନଥାନାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରାଯାଇଥିଲା। ଏହାପରେ ସହିଦଙ୍କ ପୈତୃକ ଗାଁ ବଡ଼ଚମ୍ପାଉଦାକୁ ମରଶରୀରକୁ ନିଆଯାଇଥିଲା। ତାଙ୍କ ଗାଆଁ ବଡ଼ଚମ୍ପାଉଦାଠାରେ ମରଶରୀରରେ ପୁତୁରା କାହ୍ନୁ ମାଝି ମୁଖାଗ୍ନି ଦେଇଥିବା ଜଣାଯାଇଛି। ଏହା ପୂର୍ବରୁ ସହିଦ ନନ୍ଦୁରାମ ସୋରେନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରରେ ସେଠାରେ ମୟୂରଭଞ୍ଜ ଲୋକସଭା ସଦସ୍ୟ ବିଶେଶ୍ବର ଟୁଡୁ, ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

- Advertisement -

ସେହିପରି କନ୍ଧମାଳ ଜିଲ୍ଲାରସହୀଦ ବିରପୁତ୍ର ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଆଜି ସକାଳୁ ରାଇକିଆ ମହୋତ୍ସବ ପଡ଼ିଆରେ ସହୀଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ର ଶରୀର ପହଞ୍ଚିବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମୃତ ଶରୀରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡିଙ୍କ ସମେତ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅରୁଣ ସାହୁ ଓ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କର ଶେଷ ଦର୍ଶନ କରିଥିଲେ। ଜିଲ୍ଲା ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଉପସ୍ଥିତ ରହିଥିଲେ । ଏହାପରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁ ରାଇକିଆର ବିୟରପାଙ୍ଗାକୁ ନିଆଯାଇଥିଲା। ସେଠାରେ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବୀରସହିଦ ଚନ୍ଦ୍ରକାନ୍ତଙ୍କୁ ସାରା ଗାଁ ଝୁରୁଥିବା ବେଳେ, କୋହସମ୍ଭାଳି ପାରୁନାହାନ୍ତି ବାପା କରୁଣାକର ପ୍ରଧାନ ଓ ମା’ ବିଳାସିନୀ । ଡିସେମ୍ବରରେ ଶେଷ ଥର ପାଇଁପୁଅ ଚନ୍ଦ୍ରକାନ୍ତ ଛୁଟିରେ ଗାଁକୁ ଆସିଥିବା ବେଳେ ଫେବ୍ରୁଆରୀ ମାସ ୧୩ରେ ଲଦାଖ କୁ ଫେରିଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories