www.samajalive.in
Friday, December 5, 2025
26.1 C
Bhubaneswar

ସୋପିଆନ, ଅବନ୍ତୀପୁରାରେ ଏନକାଉଣ୍ଟର; ୮ ଆତଙ୍କବାଦୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଏବଂ ଅବନ୍ତୀପୁରା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ଏହି ୨ଟି ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୋପିଆନ ଜିଲାର ମୁନାନ୍ଦ ଅଞ୍ଚଳରେ ଯବାନଙ୍କ ସହିତ ଗୁଳିବିନିମୟରେ ୫ ଆତଙ୍କୀ ଏବଂ ଅବନ୍ତୀପୁରାରେ ଘଟିଥିବା ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି।

ସୂଚନା ଅନୁସାରେ, ସୋପିଆନର ମୁନାନ୍ଦ ଅଞ୍ଚଳରେ ବୁଧବାର ରାତି ପ୍ରାୟ ୧୨ଟାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। କିଛି ଘଣ୍ଟା ମଧ୍ୟରେ ଜଣେ ଆତଙ୍କୀ ନିହତ ହୋଇଥିଲେ। ଏହା ପରେ ଅନ୍ଧାର ଯୋଗୁ ଅପରେଶନକୁ ରୋକା ଯାଇଥିଲା। ଗୁରୁବାର ପୁଣି ଥରେ ଏନକାଉଣ୍ଟର ଜାରି ରହିଥିଲା, ଯେଉଁଥିରେ ଆଉ ଜଣେ ଆତଙ୍କୀ ନିହତ ହୋଇଥିଲା। ଶୁକ୍ରବାର ସକାଳେ ପୁଣି ଗୁଳିବିନିମୟ ଘଟିଥିଲା। ଏଥିରେ ୪ ଆତଙ୍କୀ ନିହତ ହୋଇଥିଲେ।  ଅନ୍ୟପଟେ ଅବନ୍ତୀପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ସହିତ ଯବାନଙ୍କର ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories