ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ବିଗତ ଦିନରେ ବଜେଟ୍ ୩୦୦ କୋଟି ଥିବା ବେଳେ ବର୍ତ୍ତମାନ ଏହା ୧୫୦୦ କୋଟିକୁ ବୃଦ୍ଧି: ଅନୁ ଗର୍ଗ
ଆଇସିସି ପକ୍ଷରୁ ସ୍ୱାସ୍ଥ୍ୟ ସମ୍ମିଳନୀ
ଭୁବନେଶ୍ୱର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂଘର ମଳିତ ସହଯୋଗରେ ଚତୁର୍ଥ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ.ବି ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ନୟନ କମିସନର୍ ତଥା ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ କହିଥିଲେ ଯେ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଗତ ଦିନରେ ବଜେଟ୍ ୩୦୦ କୋଟି ଥିବା ବେଳେ ବର୍ତ୍ତମାନ ଏହାକୁ ୧୫୦୦ କୋଟିକୁ ବୃଦ୍ଧି କରାଯାଇଛି । ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଉନ୍ନତିକରଣ ଯୋଗୁ ମ୍ୟାଲେରିଆ ଓ ଟ୍ୟୁବକଲେସିସ୍ ନିରାକରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସ୍ୱତନ୍ତ୍ର ଏୟାର ସେବା ଦ୍ୱାରା ଡ଼ାକ୍ତରୀ ସେବାକୁ ତୃଣମୂଳ ସ୍ତରରେ ପହାଇବା ନିମନ୍ତେ ରାଜ୍ୟ ସରକାର ତରଫରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।
ଅନ୍ୟ ଅତିଥି ଭାବେ ଯୋଗଦେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ ରାଜ୍ୟରେ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଏହା ପୂର୍ବରୁ ମେଡ଼ିକାଲ କଲେଜ ସଂଖ୍ୟା ବୃଦ୍ଧି କରାଯାଇ ପୋଷ୍ଟ ଗ୍ରାଜୁଏସନ୍ ବ୍ୟବଧାନକୁ ବଢାଯାଉ। ରୋଗୀ ହସ୍ପିଟାଲରେ ଆଡ଼ମିଶନ ସମୟରେ ସମ୍ପର୍କୀୟଙ୍କ ଭଲରେ କାଉନସେଲିଂ କରାଯାଉ। ଚିକିତ୍ସା ସମୟରେ ରୋଗୀ ସମ୍ପର୍କୀୟଙ୍କୁ ସମସ୍ତ ସୂଚନା ଦିଆଯାଉ। ଯାହା ଦ୍ୱାରା ହସ୍ପିଟାଲରେ ବହୁ ମାତ୍ରାରେ ଗଣ୍ଡଗୋଳ କମିପାରିବ। କଳିଙ୍ଗ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ତଥା ଏଏଚ୍ପିଆଇ ଓଡ଼ିଶା ଚାପ୍ଟର ସମ୍ପାଦକ ନୀଳାଞ୍ଜନା ମୁଖେର୍ଜି କହିଥିଲେ ଯେ ର୍ବମାନ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଡ଼ାକ୍ତରଖାନା ସଂଖ୍ୟା ବୃଦ୍ଧି ପାଉଛି। ଡାକ୍ତରଖାନା ଗୁଡ଼ିକର ଉନ୍ନତ କାର୍ୟ୍ୟ ପାଇଁ ସ୍ୱାସ୍ଥ୍ୟ ସେବାରେ ଏକକ ୱିଣ୍ଡୋ ସିଷ୍ଟମ୍ ଯୋଗାଇ ସରକାରୀ ଯନ୍ତ୍ରର ଶୀଘ୍ର ପ୍ରତିକ୍ରିୟା ଏବଂ ସହଯୋଗ ଆବଶ୍ୟକ। ଅନ୍ୟାନ୍ୟ ଭିିଭୂମୀକୁ ବିକଶିତ କରିବାକୁ ପଡ଼ିବ ଯାହା ରାଜ୍ୟରେ ବୃଦ୍ଧି ପାଉଥିବା ଡ଼ାକ୍ତରଖାନାକୁ ସମର୍ଥନ କରିବ। ଏକ ‘ଅବିଶ୍ୱାସନୀୟ ଭାରତ ପାଇଁ ସ୍ୱାସ୍ଥ୍ୟସେବା’ ମୁଖ୍ୟ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।
ଏଥିରେ ୪ଟି ଟେକ୍ନିକାଲ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟାସେବା ପ୍ରଫେସନାଲ ଏବଂ ଆଇନଗତ ଅଦ୍ୟତନ ବିରୋଧରେ ହିଂସା, ସ୍ୱାସ୍ଥ୍ୟ ସେବାରେ ଗୁଣବା ଏବଂ ପରିମାଣକୁ ସନ୍ତୁଳନ କରିବା ପାଇଁ ଦକ୍ଷତା ବିକାଶ, କର୍ମଶାଳା ପରିଚାଳନା ଭାରତୀୟ ସ୍ୱାସ୍ଥ୍ୟସେବା ଏବଂ ଦୃଢ ସ୍ୱାସ୍ଥ୍ୟସେବା ଭିିଭୂମିକୁ ନିର୍ମାଣରେ ନୀତି ଏବଂ ନିୟମାବଳୀ, ମେସିନ୍ ଲର୍ନିଂ ଓ ଆର୍ଟିଫିସିଆଲ୍ ଇଲେିଜେନ୍ସରୁ ସ୍ୱାସ୍ଥ୍ୟସେବା କ’ଣ ଇଚ୍ଛା କରେ ଏନେଇ ଆଲୋଚନାଚକ୍ରର ବିଷୟବସ୍ତୁ ରଖାଯାଇଥିଲା। ଏହି ଚରୋଟି ଅଧିବେଶନରେ ଆଜିର ସମୟରେ ସ୍ୱାସ୍ଥ୍ୟସେବାରେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା। ଗ୍ରାମୀଣ କୋଣରେ ପ୍ରାଥମିକତା ସ୍ୱାସ୍ଥ୍ୟସେବା ଭିିଭୂମିକୁ ବୃଦ୍ଧି କରିବା ଠାରୁ ଆରମ୍ଭ କରି ଡ଼ିଜିଟାଲ୍ ଟେକ୍ନୋଲୋଜି ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟାର ଶକ୍ତି ବ୍ୟବହାର କରିବା, ଅଣସଂକ୍ରମଣ ରୋଗର ବିକାଶର ଭାରକୁ ଦୂର କରିବା ଠାରୁ ଆରମ୍ଭ କରି ଗୁଣାତ୍ମକ ସମାନ ସୁବିଧା ସୁନିଶ୍ଚିତ କରିବା ପର୍ୟ୍ୟନ୍ତ, ବିଚାର ବିମର୍ଶ କରିଯାଇଥିଲା।
କାର୍ଯ୍ୟକ୍ରମରେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ଼ଃ. ବିଷ୍ଣୁ ପ୍ରସାଦ ମହାପାତ୍ର, ଏଏଚ୍ପିଆଇ ମହା ନିର୍ଦ୍ଦେଶକ ଡ଼. ଗିର୍ଧର ଜେ ଜ୍ଞାନି, ଏଏଚ୍ପିଆଇ ଓଡ଼ିଶା ଚାପ୍ଟର ସଭାପତି ଡ଼. ଦୀପକ ମିତ୍ର, ଆଇସିସି ଓଡ଼ିଶା ଡ଼େପୁଟି ଡ଼ାଇରେକ୍ଟର ତଥା ଆଳିକ ମୁଖ୍ୟ ଜ୍ୟୋତିପ୍ରକାଶ ପାଲ ଯୋଗଦେଇ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
Comments are closed.