www.samajalive.in
Friday, December 12, 2025
16.1 C
Bhubaneswar

ପୁରୁଷ ମ୍ୟାଚରେ ପ୍ରଥମ ମହିଳା ଅମ୍ପାୟାର ପୋଲୋସାକ୍‌

ସିଡ୍‌ନୀ : ୧୪୪ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ପୁରୁଷ ଟେଷ୍ଟ ମ୍ୟାଚରେ ମହିଳା ଅମ୍ପାୟାରଙ୍କୁ ଦେଖିବାକୁ ମିଳିଛି। ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ବର୍ଡର – ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଛି। ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆର ମହିଳା ଅମ୍ପାୟାର କ୍ଲେର ପୋଲୋସାକ୍‌ ଚତୁର୍ଥ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ନ୍ୟୁ ସାଉଥ୍‌ ୱେଲ୍ସର ୩୨ ବର୍ଷ ବୟସ୍କା ପୋଲୋସାକ୍‌ ପୁରୁଷ କ୍ରିକେଟ ମ୍ୟାଚରେ ପ୍ରଥମ ମହିଳା ଅମ୍ପାୟାର ଭାବେ ଦାୟିତ୍ବ ତୁଲାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ପୂର୍ବରୁ ପୋଲୋସାକ୍‌ ୨୦୧୯ ଏପ୍ରିଲରେ ନାମ୍ବିଆ ଓ ଓମାନ ମଧ୍ୟରେ ଚାଲିଥିବା ବିଶ୍ବ କ୍ରିକେଟ ଲିଗ୍‌ ଡିଭିଜନରେ ଦୁଇଟି ଏକଦିବସୀୟ ମ୍ୟାଚରେ ରେଫରୀ ଦାୟିତ୍ବ ତୁଲାଇଥିଲେ। ପୋଲୋସାକ୍‌ ୨୦୧୮ରେ ନ୍ୟୁ ସାଉଥ୍‌ ୱେଲ୍ସ ଓ କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ ଥର ପାଇଁ ପୁରୁଷ ଘରୋଇ ମ୍ୟାଚରେ ମହିଳା ଭାବେ ଅମ୍ପାୟାର ଦାୟିତ୍ବ ତୁଲାଇଥିଲେ। ଏହାଛଡ଼ା ଡବ୍ଲୁବିବିଏଲରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ମେଲବୋର୍ଣ୍ଣ ଷ୍ଟାର ଖେଳାଯାଇଥିବା ମ୍ୟାଚକୁ ମଧ୍ୟ ପରିଚାଳନା କରିଥିଲେ। ଗତ ଫେବୃଆରୀ -ମାର୍ଚ୍ଚରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟ୍ବେଣ୍ଟି୨୦ ମହିଳା ବିଶ୍ବକପରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ ଅମ୍ପାୟାର ଦାୟିତ୍ବ ତୁଲାଇଥିଲେ। ଆଇସିସି ପୋଲୋସାକ୍‌ଙ୍କୁ ଅଭିନନ୍ଦନ ଜଣାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories