www.samajalive.in
Thursday, December 11, 2025
15.1 C
Bhubaneswar

ହ୍ବାଟ୍ସଆପ୍‌ ଆଣିଲା ନୂଆ ସର୍ତ୍ତାବଳୀ, ସ୍ବୀକାର ନ କଲେ ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ: ବାର୍ତ୍ତା ପଠାଇବାର ସହଜ ଓ ସର୍ବାଧିକ ବ୍ୟବହୃତ ମୋବାଇଲ ଆପ୍ ହ୍ବାଟ୍ସଆପ୍ ନୂଆ ଗୋପନୀୟ (ପ୍ରାଇଭେସି) ନୀତି ଆଣିଛି। ନୂଆ ପ୍ରାଇଭେସି ନୀତି ଅନୁଯାୟୀ ବ୍ୟବହାରକାରୀମାନେ ଏହାର ସର୍ତ୍ତାବଳୀକୁ ସ୍ବୀକାର କରିବାକୁ ବାଧ୍ୟ। ଅନ୍ୟଥା ବ୍ୟବହାରକାରୀଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ବନ୍ଦ ହୋଇଯିବ। ୨୦୨୧ ଫେବୃଆରୀ ୮ ତାରିଖ ସୁଦ୍ଧା ନୂଆ ସର୍ତ୍ତାବଳୀକୁ ବ୍ୟବହାରୀଙ୍କୁ ସ୍ବୀକାର କରିବାକୁ ହେବ। ଏଥିପାଇଁ କମ୍ପାନୀର ହେଲପ୍‌ ସେଣ୍ଟରକୁ ଯିବାକୁ ହେବ। ନୂଆ ସର୍ତ୍ତାବଳୀ ଅନୁଯାୟୀ ହ୍ବାଟ୍ସଆପ୍‌ରେ ଅଧିକ ଅପସନ ଉପଲବ୍ଧ ହେବ। ନୂଆ ନୀତିରେ କମ୍ପାନୀ କହିଛି ଯେ ଫେସ୍‌ବୁକ ଓ ଇନଷ୍ଟାଗ୍ରାମ ସହିତ ହ୍ବାଟ୍ସଆପ୍ ମିଳିତ ଭାବେ କାର୍ଯ୍ୟ କରୁଛି। ଆଗକୁ ଏହି ସମନ୍ବୟ ଅଧିକ ବ୍ୟାପକ ହେବ। ତେଣୁ ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ସବିଶେଷ ତଥ୍ୟ ଫେସ୍‌ବୁକ୍‌ରେ ସେୟାର ହେବ। ପୂର୍ବରୁ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ୍‌ରେ କିଛି ମାତ୍ରାରେ ଉପଲବ୍ଧ ହେଉଥିବାବେଳେ ଆଗକୁ ଏହା ଅଧିକ ଓ ସବିଶେଷ ହେବ। ଯଥା ଫୋନ୍ ନମ୍ବର, ବ୍ୟାବସାୟିକ କାରବାର ତଥ୍ୟ, ସେବା ସମ୍ପର୍କିତ ସୂଚନା, ବ୍ୟବସାୟ ସମେତ ଅନ୍ୟମାନଙ୍କ ସହିତ କିଭଳି ଯୋଗାଯୋଗ କରାଯାଉଛି, ମୋବାଇଲ୍‌ ଡିଭାଇସ୍‌ର ସୂଚନା, ଆଇପି ଠିକଣା ଏବଂ ଦରକାର ପଡ଼ିଲେ ଅନ୍ୟ ସୂଚନା ସାମିଲ କରାଯିବ। ଏଥିପାଇଁ କମ୍ପାନୀ ତରଫରୁ ବ୍ୟବହାରକାରୀଙ୍କ ଅନୁମତି ମଗାଯାଇଛି। ଫେସବୁକ୍ ସହିତ ଯେଉଁ ସବୁ ତଥ୍ୟ ଆଦାନପ୍ରଦାନ କରୁଛି ତାହାକୁ ନେଇ ହ୍ବାଟସ୍‌ଆପ୍ ଏକ ଏଫ୍‌ଏକ୍ୟୁ ଜାରି କରିଛି। ଯଦି ବ୍ୟବହାରକାରୀ ସର୍ତ୍ତାବଳୀକୁ ସ୍ବୀକାର ପୂର୍ବକ ଅନୁମତି ସମ୍ମତି ନ ଦିଅନ୍ତି ତେବେ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ। ଫେସ୍‌ବୁକ୍‌ ମାଲିକାନାଧୀନ କମ୍ପାନୀ ଦ୍ବାରା ହ୍ବାଟ୍ସଆପ୍‌ ପରିଚାଳିତ ହେଉଛି। ବିଶ୍ବରେ ୨୦୦ କୋଟି ହ୍ବାଟ୍ସଆପ୍ ବ୍ୟବହାରକାରୀ ଥିବାବେଳେ ଭାରତରେ ଏହାର ସଂଖ୍ୟା ୪୦କୋଟି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories