www.samajalive.in
Sunday, December 7, 2025
15.1 C
Bhubaneswar

ଫଟୋଗ୍ରାଫି ନିଶାରେ ଥାନାବାବୁ; ଭିତରକନିକା ଜାତୀୟ ଉଦ୍ୟାନ କ୍ୟାଲେଣ୍ଡରରେ ସ୍ଥାନ ପାଇଲା ତାଙ୍କ ଫଟୋ

କେନ୍ଦ୍ରାପଡ଼ା: ପେଶାରେ ପୁଲିସ ଇନ୍ସପେକ୍ଟର କିନ୍ତୁ ନିଶା ହେଉଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫି। ଏହିପରି ଜଣେ ନିଆରା ମଣିଷ ହେଉଛନ୍ତି ପୁଲିସ ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ। ପୁଲିସ ଚାକିରି ଭଳି ବ୍ୟସ୍ତବହୁଳ ଚାକିରିରୁ ସମୟ ବାହାର କରି ସେ ବଣ ଜଙ୍ଗଲ ଭ୍ରମଣ କରନ୍ତି। ଏହି ସମୟରେ ବନ୍ୟପ୍ରାଣୀଙ୍କ ଫଟୋ ଉଠାନ୍ତି। ଭାରତ ଓ ଭାରତ ବାହାରେ ବିଭିନ୍ନ ସଫାରୀକୁ ଯାଇ ସେ ଫଟୋଗ୍ରାଫି କରିଛନ୍ତି। ଏହି ସଫାରୀଗୁଡିକ ମଧ୍ୟରେ ରହିଛି ବାନ୍ଧବଗଡ଼, କୋଟା, ଆଣ୍ଡାମାନ, ସୁନ୍ଦରବନ, ଲଦାଖ, ନେପାଳ ପ୍ରମୁଖ। ୨୦୧୦ରେ ସେ ବନ୍ୟପ୍ରାଣୀ ଫଟୋଗ୍ରାଫି ଉପରେ ଅଧିକ ଧ୍ୟାନ ଦେଇଥିବା ପ୍ରକାଶ କରିଛନ୍ତି।

ଫଟୋଗ୍ରାଫି ନିଶା ତାଙ୍କର ପିଲାଦିନରୁ ଥିଲା। ବାପାଙ୍କର ଥିବା ଆଗଫା କ୍ଲିକ ଥାର୍ଡ କ୍ୟାମେରାରୁ ତାଙ୍କର ଏଥିପ୍ରତି ଦୁର୍ବଳତା ପ୍ରକାଶ ପାଇଥିଲା। କଲେଜ ପାଠପଢା ମଧ୍ୟରେ ଜୀବଜନ୍ତୁଙ୍କ ପ୍ରତି ଭଲପାଇବା ବଢିଲା। ଏମ୍‍ଏସ୍‍ସି ସହ ସେ ଏମ୍‍ବିଏ ଓ ଏଲ୍‌ଏଲ୍‌ବି ମଧ୍ୟ କରିଛନ୍ତି। ୧୯୯୮ରେ ସେ ପୁଲିସ ସବ୍‍ଇନ୍ସପେକ୍ଟର ଚାକିରି ପାଇଲେ। ୨୦୦୮ରେ ଇନ୍ସପେକ୍ଟରକୁ ପଦୋନ୍ନତି ହେଲେ। ଏହା ମଧ୍ୟରେ ସେ ବ୍ରହ୍ମପୁର, ଗଜପତି, ନୂଆପଡ଼ା, ରାଉରକେଲା, ନୟାଗଡ଼, ପୁରୀ, କଟକ, ଜଗତସିଂପୁର ଇତ୍ୟାଦି ଜିଲାରେ କାର୍ଯ୍ୟ କରି ସାରିଛନ୍ତି। ବର୍ତ୍ତମାନ ସେ କେନ୍ଦ୍ରାପଡ଼ା ଜିଲା ଟାଉନ୍‍ ଥାନାର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି।

- Advertisement -

ଚଳିତବର୍ଷ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗଦ୍ୱାରା ପ୍ରକାଶିତ ଭିତରକନିକା କ୍ୟାଲେଣ୍ଡରରେ ବନ୍ୟପ୍ରାଣୀ ସଂକ୍ରାନ୍ତୀୟ ତାଙ୍କ ଫଟୋଗ୍ରାଫି ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡରରେ ରହିଛି ଗହୀରମଥାର ଅଲିଭ୍‌ ରିଡଲେଙ୍କ ଫଟୋ, ଡାଙ୍ଗମାଳରେ ହରିଣ ବୁଲୁଥିବା ଫଟୋ, ଗ୍ୟାଙ୍ଗେଟିକ ଡଲଫିନ ଫଟୋ, କୁମ୍ଭୀର ଫଟୋ, ବାର୍‌ହା ଫଟୋ, କୃଷ୍ଣସାର ମୃଗ ଫଟୋ, ଫିସିଂ କ୍ୟାଟ୍‍, ପାଣି ଗୋଧି ଫଟୋ। ଶ୍ରୀ ସାମନ୍ତରାୟ କହିଛନ୍ତି ପୁଲିସ ଚାକିରିରେ ମାନସିକତା ଉପରେ ଚାପ ପଡ଼ିଥାଏ। ଫଟୋଗ୍ରାଫି ନିଶା ମୋତେ ଏହି ମାନସିକ ଚାପରୁ ମୁକୁଳାଇ ଦେଇଥାଏ। ଗୋଟିଏ ପଟେ ପୁଲିସ ଚାକିରି ଓ ଅନ୍ୟ ପଟେ ଫଟୋଗ୍ରାଫିକୁ କିପରି ନିୟନ୍ତ୍ରଣକୁ ଆଣନ୍ତି ବୋଲି ପଚାରିବାରୁ ସେ କହିଲେ ଫଟୋଗ୍ରାଫି ନିଶା ହିଁ ମୋତେ ପୁଲିସ ଚାକିରି ଭଳି ବ୍ୟସ୍ତବହୁଳ ଚାକିରିର ସମସ୍ୟାରୁ ମୁକୁଳାଇ ଦେଇଥାଏ। ସେ କୁହନ୍ତି ଗୁଳି ଫୁଟାଇବାକୁ ବି ସୁଟ୍‍ କୁହାଯାଏ ଓ ଫଟୋ ଉଠାଇବାକୁ ବି ସୁଟ୍‍ କୁହାଯାଏ। ଏହି ଦୁଇଟି ଯାକ ସୁଟ୍‍କୁ ମୁଁ ବେଶ ଭଲ ଭାବେ କରିପାରିଥାଏ। ତେଣୁ ପୁଲିସ ବିଭାଗ ଓ ଫଟୋଗ୍ରାଫି ଉଭୟ କାର୍ଯ୍ୟରେ ପ୍ରଶଂସା ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories