www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୧ ଟି୨୦ ବିଶ୍ବକପ୍‌ର ଅବଗଣନା ଆରମ୍ଭ

ଦୁବାଇ: ପୁରୁଷ ଟ୍ବେଣ୍ଟି୨୦ କ୍ରିକେଟ୍‌ ବିଶ୍ବକପ୍‌ର ୭ମ ସଂସ୍କରଣ ଆସନ୍ତାବର୍ଷ ଭାରତ‌େ‌ର ଆୟୋଜନ ହେବ। ୫ ବର୍ଷର ବ୍ୟବଧାନରେ ୨୦୨୧ରେ ଏହି ବିଶ୍ବକପ୍‌କୁ ଭାରତ ଆୟୋଜନ କରିବାକୁ ଯାଉଛି। ଚଳିତବର୍ଷ ଫେବୃୟାରୀ-ମାର୍ଚ୍ଚରେ ଅଷ୍ଟ୍ରେଲିଆରେ ଆୟୋଜିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରେ ୨୦୨୧ ପୁରୁଷ ଟ୍ବେଣ୍ଟି୨୦ କ୍ରିକେଟ୍‌ ବିଶ୍ବକପ୍‌ ଆଇସିସିର ପ୍ରଥମ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ହେବ। ସୂଚନାଯୋଗ୍ୟ, ମାର୍ଚ୍ଚ ୮ରେ ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲକୁ ରେକର୍ଡ ୮୬,୧୭୪ ଜଣ ଦର୍ଶକ ଦେଖିଥିଲେ।

ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭହେବାକୁ ଆଉ ବର୍ଷେ ଥିବା ବେଳେ ଦୁବାଇରେ ଗୁରୁବାର ଏକ ସ୍ବତନ୍ତ୍ର ଉତ୍ସବରେ ୨୦୨୧ ପୁରୁଷ ଟ୍ବେଣ୍ଟି୨୦ କ୍ରିକେଟ୍‌ ବିଶ୍ବକପ୍‌ର ଅବଗଣନା ଆରମ୍ଭ ହୋଇଛି। ଏହି ଉତ୍ସବରେ ଆଇସିସିର ମୁଖ୍ୟ କାର୍ୟ୍ୟନିର୍ବାହୀ ମନୁ ସାହ୍‌ନି, ଆୟୋଜକ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଯୋଗ ଦେଇଥିଲେ। ଏହି ଉତ୍ସବରେ ମନୁ ସାହ୍‌ନି କହିଥିଲେ, ୨ ଦିନ ପରେ ଦୀପାବଳି ପାଳନ ହେବ। ଏହା ହିଁ ୨୦୨୧ ଟ୍ବେଣ୍ଟି୨୦ କ୍ରିକେଟ୍‌ ବିଶ୍ବକପ୍‌ର ଅବଗଣନା ଆରମ୍ଭ ପାଇଁ ପ୍ରକୃଷ୍ଟ ସମୟ। କରୋନା ମହାମାରୀ ସଂକ୍ରମଣ ପରେ ଏହା ପ୍ରଥମ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ହେବ। ବିସିସିଆଇ ସହ ଆମେ ମିଶିକରି ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାର ପ୍ରୟାସ କରୁୁଛୁ। ନିରାପଦ ଓ ସୁରକ୍ଷିତ ବାତାବରଣରେ କିପରି ଏହି ବିଶ୍ବକପ୍‌ ଖେଳାଯିବ; ତାହା ଆମର ମୁଖ୍ୟ ଲକ୍ଷ୍ୟ। ବିସିସିଆଇ ସଭାପତି ଗାଙ୍ଗୁଲି କହିଥିଲେ, ୧୯୮୭ ବିଶ୍ବକପ୍‌ ପରଠାରୁ ଭାରତ ସଫଳତାର ସହ ବହୁ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛି।

- Advertisement -

୨୦୨୧ ଟ୍ବେଣ୍ଟି୨୦ କ୍ରିକେଟ୍‌ ବିଶ୍ବକପ୍‌ ଆୟୋଜନ କରିବା ଆମ ପାଇଁ ବଡ଼ ସମ୍ମାନ। କ୍ରିକେଟ୍‌କୁ ଭଲ ପାଉଥିବା ଆମଦେଶରେ ବିଶ୍ବକପ୍‌କୁ ନିଶ୍ଚୟ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ଉପଭୋଗ କରିବେ। ବୋର୍ଡ ସମ୍ପାଦକ ଜୟ ଶାହା କହିଥିଲେ, ଏହି ବିଶ୍ବକପ୍‌ରେ ଭାଗ ନେଉଥିବା ସମସ୍ତଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାର ଧ୍ୟାନ ରଖିବାରେ ବିସିସିଆଇ କୌଣସି ଢିଲାପଣ ଦେଖାଇବ ନାହିଁ। ଉଚ୍ଚକୋଟୀର କ୍ରିକେଟ୍‌ ଏବଂ ସାରା ବିଶ୍ବକୁ ଆତିଥ୍ୟ ପ୍ରଦାନ କରିବାରେ ବିସିସିଆଇ ସମସ୍ତ ପ୍ରୟାସ କରିବ। ଏହି ମହାମାରୀ ସମୟରେ ବିଶ୍ବକପ୍‌ ଆୟୋଜନ କରିବା ନିଶ୍ଚୟ ଏକ ଆହ୍ବାନ ଏବଂ ଆମେ ଏଥିରେ ବିଜୟୀହେବାର ଆତ୍ମବିଶ୍ବାସ ରହିଛି। ସୂଚନାଯୋଗ୍ୟ, ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ୭ମ ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜନ ହେବ। ଏଥିରେ ୧୬ଟି ଦଳ ଭାଗନେବେ। ନୂତନ ଦଳ ଭାବେ ପାପୁଆ ନ୍ୟୁ ଗିନି ଏହି ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories