www.samajalive.in
Sunday, December 14, 2025
26.1 C
Bhubaneswar

ଡ. ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ମହାସଂଘର ସଭାପତି ନିର୍ବାଚିତ

କଟକ: ଭାରତୀୟ ଭଲିବଲ୍‌ ମହାସଂଘ (ଭିଏଫ୍‌ଆଇ)ର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସଭାପତି ଓ ରାଜସ୍ଥାନର ଅନୀଲ ଚୌଧୁରୀ ସାଧାରଣ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାର ପ୍ରଥମ ବ୍ୟକ୍ତି ଭାବେ ଡ. ସାମନ୍ତ ଭାରତୀୟ ଭଲିବଲ୍‌ ମହାସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଡ.ସାମନ୍ତ ଭାରତୀୟ ଅଲିମ୍ପିକ୍‌ସ ସଂଘର ସଦସ୍ୟ ଯୋଗ୍ୟତା ହାସଲ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଭାବେ ୯ଜଣ ରତିନ୍‌ ରାୟ ଚୌଧୁରୀ, ରାମ ଲାଲ୍‌ ବର୍ମା, ଆନନ୍ଦ ରାଜହଂସ, ପିଜିଭିଆର ନାଇଡୁ, ସୁଶାନ୍ତ ବିଶ୍ବ ଶର୍ମା, ଏସ. ବାସୁଦେବନ, ବିଜୟପାଲ ସିଂହ, ଗୁରୁଜିତ୍‌ ସିଂହ ଅଜୁଲା, ଲାଲମାଲସ୍ବାମା ନାହାକା, କାର୍ୟ୍ୟନିର୍ବାହୀ ଉପ ସଭାପତି ଭ​‌ାବେ ରାଜ୍‌ କୁମାର, ସହ ସମ୍ପାଦକ ଭାବେ କୁଳଦୀପ୍‌ ମାଗୋତ୍ରା ଓ ମହମ୍ମଦ ନାଳକାଟ୍‌ ବାସହିର, ଯୁଗ୍ମ ସମ୍ପାଦକ ଭାବେ ରମଣ ଆର ପଟେଲ, ସୁବେ ସିଂହ, ବେଲେଶ୍ବର ସିଂହ, ଅମ୍ଲାନ ଚକ୍ରବର୍ତ୍ତୀ, ଜାଗିର୍‌ ସିଂହ, ବାଲାସାହେବ ସୂର୍ୟ୍ୟବଂଶୀ ଓ ରମେଶ ବାବୁ, କୋଷାଧ୍ୟକ୍ଷ ଭାବେ ସୁନୀଲ କୁମାର ତିୱାରୀ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ କର୍ମକର୍ତ୍ତାମାନେ ୨୦୨୦ରୁ ୨୦୨୪ ପର୍ୟ୍ୟନ୍ତ ଦାୟିତ୍ବ ତୁଲାଇବେ।

- Advertisement -

ସୂଚନାଯୋଗ୍ୟ; ଭିଏଫ୍‌ଆଇ କର୍ମକର୍ତ୍ତା ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିନେଇ ମାଡ୍ରାସ ହାଇକୋର୍ଟରେ ମାମଲା ପହଞ୍ଚିଥିଲା। କୋର୍ଟଙ୍କ ପକ୍ଷରୁ ମାମଲା ବିଚାରାଧିନ ଥିବାରୁ ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣାକୁ ସ୍ଥଗିତ ରଖିବାକୁ ଭିଏଫ୍‌ଆଇକୁ ନିର୍ଦେଶ ଦେଇଥିଲେ। ବୁଧବାର ମାଡ୍ରାସ ହାଇକୋର୍ଟଙ୍କ ପକ୍ଷରୁ ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିବାକୁ ଭିଏଫ୍‌ଆଇକୁ ନିର୍ଦେଶ ଦେଇଥିଲେ। ରାଜସ୍ଥାନ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି.ଏସ୍‌. ସିରଧନାଙ୍କ ଉପସ୍ଥିତିରେ ଭଲିବଲ ଭିଏଫ୍‌ଆଇ ପକ୍ଷରୁ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରା ଯାଇଥିଲା। ଡ. ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଶା ଭଲିବଲ ଆସୋସିଏସନ ସାଧାରଣ ସମ୍ପାଦକ ଡ. ଗଗନେନ୍ଦୁ ଦାଶଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories