www.samajalive.in
Thursday, December 11, 2025
16.1 C
Bhubaneswar

୨୦୨୦ ଆଇପିଏଲ୍‌କୁ ଟିଭିରେ ଦେଖିଛନ୍ତି ରେକର୍ଡ ସଂଖ୍ୟକ ଦର୍ଶକ

ମୁମ୍ବଇ: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲ୍‌ର ୨୦୨୦ ସଂସ୍କରଣ ୟୁଏଇରେ ଖେଳା ଯାଇଥିଲା। ସମସ୍ତ ଦଳର କ୍ରିକେଟର୍‌ ଓ ସପୋର୍ଟ ଷ୍ଟାଫ୍‌ ଜୈବ ନିରାପତ୍ତା ବଳୟରେ ରହିଥିବା ବେଳେ ଷ୍ଟାଡ଼ିୟମକୁ ସାଧାରଣ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିନଥିଲା। ତେବେ ଆଇପିଏଲ୍‌ର ଚଳିତ ସଂସ୍କରଣକୁ ଟିଭିରେ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି। ଗତ ସଂସ୍କରଣ ଅପେକ୍ଷା ଚଳିତ ସଂସ୍କରଣରେ ୨୮% ଅଧିକ ଦର୍ଶକ ଆଇପିଏଲ୍ ମ୍ୟାଚ୍‌ ଦେଖିଛନ୍ତି।

ଆଇପିଏଲ୍‌କୁ ରେକର୍ଡ ସଂଖ୍ୟକ ଦର୍ଶକ ଟିଭିରେ ଦେଖିବାକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ। ଆଇପିଏଲ୍‌ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଘରୋଇ କ୍ରିକେଟ୍‌ ଲିଗ୍‌ ବୋଲି ସେ ମତ ଦେଇଛନ୍ତି। ସେହିପରି ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଭିଭୋ ହଟିବା ପରେ ଡ୍ରିମ୍‌ ୧୧ ନୂତନ ଟାଇଟଲ୍‌ ପ୍ରାୟୋଜକ ହୋଇଥିବାରୁ ବ୍ରିଜେଶ ଡ୍ରିମ୍‌ ୧୧ ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଡ୍ରିମ୍‌ ୧୧ ତରଫରୁ ଆଇପିଏଲ୍‌ ସମୟରେ ଦର୍ଶକଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଜଡ଼ିତ ରଖିବାକୁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହାକୁ ବ୍ରିଜେଶ୍‌ ଉଚ୍ଚପ୍ରଶଂସା କରିଛନ୍ତି। ଡ୍ରିମ୍‌ ୧୧ର ମୁଖ୍ୟ ମାର୍କେଟିଂ ଅଧିକାରୀ ବିକ୍ରାନ୍ତ ମୁଦାଲିୟର କହିଛନ୍ତି ଆଇପିଏଲ୍‌ ଭାରତ ସମେତ ବିଶ୍ବରେ ଅନ୍ୟତମ ଲୋକପ୍ରିୟ କ୍ରିକେଟ୍‌ ଲିଗ୍‌। ତେଣୁ ଏଥିସହ ଜଡ଼ିତ ହୋଇ ଡ୍ରିମ୍‌ ୧୧ ନିଜକୁ ସୌଭାଗ୍ୟବାନ୍‌ ମନେକରୁଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories