www.samajalive.in
Saturday, December 13, 2025
26.1 C
Bhubaneswar

ଆସନ୍ତାକାଲିଠାରୁ ବିଧାନସଭାରେ କାର୍ଯ୍ୟକ୍ଷମ ହେବ ପ୍ରବାସୀ ଓଡ଼ିଆଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ଵର : କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନ ସମୟରେ ପାଇଁ ବହୁ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଏହି ସମୟରେ ପ୍ରବାସୀ ଓଡିଆମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏବଂ ସେମାନଙ୍କ ପାଖରେ ସହାୟତା ପହଞ୍ଚୁଛି କି ନାହିଁ ତାହାର ତଦାରଖ କରିବା ପାଇଁ  ବିଧାନସଭାରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ଆସନ୍ତାକାଲିଠାରୁ ଏହି ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନରାୟଣ ପାତ୍ର ସୂଚନା ଦେଇଛନ୍ତି ।

ରାଜ୍ୟର ସସସ୍ତ ବିଧାୟକ ଏବଂ ସାଂସଦ ନିଜ ନିର୍ବାଚନ କ୍ଷେତ୍ରର କେତେ ଶ୍ରମିକ ବାହାର ରାଜ୍ୟରେ କାମ କରୁଛନ୍ତି ତାହାର ତଥ୍ୟ ଦେବେ । ଶ୍ରମିକ ମାନଙ୍କ ନାମ, ଠିକଣା, ଫୋନ ନମ୍ବର ବିଧାନସଭାରେ ଦାଖଲ କରିବେ । ଯାହା ଦ୍ବାରା ବାହାର ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଓଡିଆଙ୍କ ଥଇଥାନ କରାଯାଇ ପାରିବ ।

- Advertisement -

ସୂଚନାଯୋଗ୍ୟ ଆଜି ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଓଡିଶା ବିଧାନସଭା ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ମଧ୍ୟ ଏହି ଭିଡିଓ କନଫରେନ୍ସିଂରେ ଭାଗ ନେଇଥିଲେ । ଏହି ଆଲୋଚନା ସମୟରେ କରୋନା ମୁକାବିଲା ଘଡ଼ିସନ୍ଧି ମୁହୂର୍ତ୍ତରେ ବିଧାନସଭାର ଦାୟିତ୍ୱ ଓ କର୍ତ୍ତବ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories