www.samajalive.in
Saturday, December 6, 2025
23.1 C
Bhubaneswar

ବିଲେଇ ବଞ୍ଚାଇଲା ମାଲିକ ଜୀବନ

​‌ଘର ଲୋକ ନୁହେଁ, ଘଡ଼ିସନ୍ଧି ମୁହୂର୍ତ୍ତରେ ପୋଷା ପ୍ରାଣୀଟି ହିଁ ମାଲିକର ଜୀବନ ବଞ୍ଚାଇଲା। ୨୦୦୬ ଜାନୁଆରୀ ୨ର ଘଟଣାଟି, ଲଣ୍ଡନନିବାସୀ ଗେରି ରୋସିଏନ୍‌ସନ୍ ନିଜ ପୋଷା ବିଲେଇ ‘ହିରୋ’ ସହ ସବୁଦିନ ପରି ସେଦିନ ମଧ୍ୟ ଖେଳୁଥାନ୍ତି। ୬୧ ବର୍ଷ ବୟସ୍କ ଗେରି ଚାକିରିରୁ ଅବସର ନେବା ପରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ। ଦୁଇ ପିଲା ଦୂର ସହରରେ ଚାକିରି କରୁଥିବାବେଳେ ସେ ନିଜେ ସ୍ବାବଲମ୍ବୀ ଭାବେ ରହିବାକୁ ପସନ୍ଦ କଲେ। ବିଦେଶୀ ରାଇଜର ଏହା ହେଉଛି ପରମ୍ପରା, ବୟସ୍କ ଲୋକେ ‘ଓଲ୍ଡ ଏଜ୍ ହୋମ୍’ ନଚେତ୍ ନିଜ ଘରେ ଏକାକୀ ରହିଥାନ୍ତି। ଅବସର ପରେ ସେ ବିଲେଇଟେ ପାଳିବାକୁ ଚାହିଁିଲେ, ସମୟକ୍ରମେ ଏଇ ବିଲେଇ ସହ ତାଙ୍କ ନିବିଡ଼ତା ବଢ଼ିଲା। ଛୋଟଛୋଟ କାମ କରିବାରେ ସେ ‘ହିରୋ’କୁ ତାଲିମ ଦେବା ସହ ସ୍ଥାନୀୟ ଅଞ୍ଚଳର ଜରୁରୀକାଳୀନ ପୁଲିସ୍ ସହାୟତା କେନ୍ଦ୍ରର ଫୋନ୍ ନମ୍ବର ‘୯୧୧’ ଡାଏଲ୍ କରିବା ମଧ୍ୟ ଶିଖାଇଦେଲେ। ୫-୭ଥର ଫୋନ୍‌ରେ ଏଇ ତାଲିମ ଦେବା ପରେ ହିରୋ ଏହା ମଧ୍ୟ ଶିଖିଗଲା, ୨ମାସ ପରେ ପାହାଚରୁ ପଡ଼ି ଗେରି ଆହତ ହୋଇ ହ୍ବିଲ୍‌ ଚେୟାର୍‌ରେ ବସିଲେ। ଏହି ଦୁର୍ଘଟଣା ପରଠାରୁ ଗେରି ନିଜ ପୋଷା ବିଲେଇ ଉପରେ ଅଧିକ ନିର୍ଭର କଲେ, ଦିନକର ଘଟଣା। ଗେରିଙ୍କୁ ସକାଳ ପହରୁ ଅସ୍ତବ୍ୟସ୍ତ ଲାଗୁଥାଏ। ଏ ଭିତରେ ତାଙ୍କୁ ମୃଦୁ ହୃତ୍‌ଘାତ ହେଲା, ହ୍ବିଲ୍‌ ଚେୟାର୍‌ରୁ ମଧ୍ୟ ସେ ଖସିପଡ଼ିଲେ। ପୋଷା ବିଲେଇ ହିରୋ ଏସବୁ ଦେଖି ଆଉ ବିଳମ୍ବ ନକରି ମାଲିକ ଶିଖାଇଥିବା ଫୋନ୍‌ ଡାଏଲ୍‌ ତୁରନ୍ତ କଲା। ୯୧୧ ଡାଏଲ୍‌ ପରେ ସେପାଖରୁ ପୁଲିସ୍‌ ଜଣେ ଫୋନ୍ ଉଠାଇଲେ। ଅନ୍ୟପାଖରୁ କୌଣସି ଉତ୍ତର ଆସୁନଥିବା ଦେଖି କଲର୍ ଆଇଡି(ଫୋନ୍‌‌ ନମ୍ବର ଚିହ୍ନଟ) ଦେଖି ତୁରନ୍ତ ସେହି ଠିକଣା​‌େ​‌ର ବ୍ୟକ୍ତିଙ୍କ ଘରେ ପହଞ୍ଚିଲେ। ଘରେ ପହଞ୍ଚିବା ପରେ ପୁଲିସ୍ ଦେଖିଲେ, ଗେରି ଚେୟାର୍‌ରୁ ତଳେ ପଡ଼ିଛନ୍ତି, ଆଉ ବିଲେଇଟି ଫୋନ୍‌ ପାଖେ ବସିଛି। ଆଉ ବିଳମ୍ବ ନ କରି ଗେରିଙ୍କୁ ତୁରନ୍ତ ଚିକିତ୍ସାଳୟ ନିଆଗଲା, ତାଙ୍କ ପ୍ରାଣ ରକ୍ଷା ହେଲା ମଧ୍ୟ। ଠିକ୍ ହେବା ପରେ ଗେରି ସମସ୍ତ ଘଟଣାକୁ ପୁଲିସ୍ ଆଗରେ ପ୍ରକାଶ କରିଥିଲେ। ବିଲେଇ ‘ହିରୋ’ ସତସତିକା ହିରୋ’ ପାଲଟିଯାଇଥିଲା, ପରେ ସ୍ଥାନୀୟ ମେୟର୍ ଏଇ ବିଲେଇର କାର୍ଯ୍ୟକଳାପ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲେ। n

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories