www.samajalive.in
Monday, December 8, 2025
13.1 C
Bhubaneswar

ଦୋସା ଚାବି ରିଂର ଆଦର

ଏକବିଂଶ ଶତାବ୍ଦୀରେ ଜ୍ଞାନକୌଶଳର ଆଧାରରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରୁଛି। ଭଳିକିଭଳି ଜିନିଷର ଭିଡ଼ରେ ଏବେ ଅନ୍-ଲାଇନ୍‌ରେ ଓ ଦୋକାନ, ବଜାରରେ ବିଭିନ୍ନ ପ୍ରକାର ବ୍ୟଞ୍ଜନର ଡିଜାଇନ୍‌ରେ ଛୋଟଛୋଟ ଚାବି ରିଂର ବିକ୍ରି, ଆଦର ବଢ଼ିବାରେ ଲାଗିଛି। ଦୋସା, ଚଟଣି, ସାମ୍ବର ଥାଳିରେ ବଢ଼ାହୋଇଥିବାର ଚାବି ରିଂ, ଇଡ୍‌ଲି-ଚଟଣି ଚାବି ରିଂ, ବର୍ଗର ରିଂ ଇତ୍ୟାଦି ଏଇ ୨-୩ ମାସ ହେବ ଅନ୍-ଲାଇନ୍‌ ବଜାରରେ ଅଧିକ ସଂଖ୍ୟାରେ ବିକ୍ରି ହେଉଛି। ମୁଖ୍ୟ କଥା ହେଲା, ଏହି ବ୍ୟଞ୍ଜନ ଡିଜାଇନ୍‌ ଚାବି ରିଂର ଆଦର ଭାରତୀୟ ଗ୍ରାହକଙ୍କ ତୁଳନାରେ ବିଦେଶୀ ଗ୍ରାହଙ୍କ ପାଖେ ଅଧିକ। ପ୍ରଥମେ ଚେନ୍ନଇର ଜନୈକ ମହିଳା ଅର୍ଚ୍ଚନା ଏଇ ଦୋସା ଚାବି ରିଂ ତିଆରି କରି ନିଜ ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ଫଟୋ ଅପଲୋଡ କରିବା ପରେ ଏହାର ପ୍ରଚାର ହେଲା। ପରେ ଅନ୍ୟମାନେ ମଧ୍ୟ ଏଭଳି ବିଭିନ୍ନ ପ୍ରକାର ବ୍ୟଞ୍ଜନର ଚାବି ରିଂ ତିଆରି କରି ଅନ୍-ଲାଇନ୍ ସାଇଟ୍ ସହ ଦୋକାନରେ ବିକ୍ରି କଲେ। ସମସ୍ତ ପ୍ରକାର ବ୍ୟଞ୍ଜନ ତୁଳନାରେ ଦୋସା ଚାବି ରିଂକୁ ଲୋକେ ଅଧିକ ପସନ୍ଦ କରୁଥିବାର ଜଣାପଡ଼ିଛି। ଦୋସା ଚାବି ରିଂର ମୂଲ୍ୟ ମଧ୍ୟ କିିଛି କମ୍ ନୁହେଁ। ଗୋଟା ପିଛା ଏଇ ଚାବି ରିଂ ୪୫୦-୭୦୦ ଟଙ୍କାରେ ବିକ୍ରି ହେଉଛି, ବିଭିନ୍ନ ଡିଜାଇନ୍, ଛୋଟରୁ ବଡ଼ ଆକାରରେ ଦୋସା ଚାବି ରିଂର ବିକ୍ରି ଆମେରିକା, ଇଂଲଣ୍ଡ ପରି ରାଇଜରେ ବଢ଼ୁଥିବାର ଜଣାପଡ଼ିିଛି। ଅନ୍ୟର ଉନ୍ନତିର ପଥକୁ ଅନୁସରଣ କରିବା ସହ ତା’ ଚଲାପଥର କଷ୍ଟ, ସହିଷ୍ଣୁତାକୁ ଦେଖିବା ଜରୁରୀ। ସଫଳତା ସହ ଏହା ସଚ୍ଚୋଟତାର ପ୍ରମାଣ ଦିଏ। n

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories