www.samajalive.in
Tuesday, December 9, 2025
15.1 C
Bhubaneswar

ଦୋସା ଚାବି ରିଂର ଆଦର

ଏକବିଂଶ ଶତାବ୍ଦୀରେ ଜ୍ଞାନକୌଶଳର ଆଧାରରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରୁଛି। ଭଳିକିଭଳି ଜିନିଷର ଭିଡ଼ରେ ଏବେ ଅନ୍-ଲାଇନ୍‌ରେ ଓ ଦୋକାନ, ବଜାରରେ ବିଭିନ୍ନ ପ୍ରକାର ବ୍ୟଞ୍ଜନର ଡିଜାଇନ୍‌ରେ ଛୋଟଛୋଟ ଚାବି ରିଂର ବିକ୍ରି, ଆଦର ବଢ଼ିବାରେ ଲାଗିଛି। ଦୋସା, ଚଟଣି, ସାମ୍ବର ଥାଳିରେ ବଢ଼ାହୋଇଥିବାର ଚାବି ରିଂ, ଇଡ୍‌ଲି-ଚଟଣି ଚାବି ରିଂ, ବର୍ଗର ରିଂ ଇତ୍ୟାଦି ଏଇ ୨-୩ ମାସ ହେବ ଅନ୍-ଲାଇନ୍‌ ବଜାରରେ ଅଧିକ ସଂଖ୍ୟାରେ ବିକ୍ରି ହେଉଛି। ମୁଖ୍ୟ କଥା ହେଲା, ଏହି ବ୍ୟଞ୍ଜନ ଡିଜାଇନ୍‌ ଚାବି ରିଂର ଆଦର ଭାରତୀୟ ଗ୍ରାହକଙ୍କ ତୁଳନାରେ ବିଦେଶୀ ଗ୍ରାହଙ୍କ ପାଖେ ଅଧିକ। ପ୍ରଥମେ ଚେନ୍ନଇର ଜନୈକ ମହିଳା ଅର୍ଚ୍ଚନା ଏଇ ଦୋସା ଚାବି ରିଂ ତିଆରି କରି ନିଜ ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ଫଟୋ ଅପଲୋଡ କରିବା ପରେ ଏହାର ପ୍ରଚାର ହେଲା। ପରେ ଅନ୍ୟମାନେ ମଧ୍ୟ ଏଭଳି ବିଭିନ୍ନ ପ୍ରକାର ବ୍ୟଞ୍ଜନର ଚାବି ରିଂ ତିଆରି କରି ଅନ୍-ଲାଇନ୍ ସାଇଟ୍ ସହ ଦୋକାନରେ ବିକ୍ରି କଲେ। ସମସ୍ତ ପ୍ରକାର ବ୍ୟଞ୍ଜନ ତୁଳନାରେ ଦୋସା ଚାବି ରିଂକୁ ଲୋକେ ଅଧିକ ପସନ୍ଦ କରୁଥିବାର ଜଣାପଡ଼ିଛି। ଦୋସା ଚାବି ରିଂର ମୂଲ୍ୟ ମଧ୍ୟ କିିଛି କମ୍ ନୁହେଁ। ଗୋଟା ପିଛା ଏଇ ଚାବି ରିଂ ୪୫୦-୭୦୦ ଟଙ୍କାରେ ବିକ୍ରି ହେଉଛି, ବିଭିନ୍ନ ଡିଜାଇନ୍, ଛୋଟରୁ ବଡ଼ ଆକାରରେ ଦୋସା ଚାବି ରିଂର ବିକ୍ରି ଆମେରିକା, ଇଂଲଣ୍ଡ ପରି ରାଇଜରେ ବଢ଼ୁଥିବାର ଜଣାପଡ଼ିିଛି। ଅନ୍ୟର ଉନ୍ନତିର ପଥକୁ ଅନୁସରଣ କରିବା ସହ ତା’ ଚଲାପଥର କଷ୍ଟ, ସହିଷ୍ଣୁତାକୁ ଦେଖିବା ଜରୁରୀ। ସଫଳତା ସହ ଏହା ସଚ୍ଚୋଟତାର ପ୍ରମାଣ ଦିଏ। n

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories