www.samajalive.in
Saturday, December 6, 2025
16.1 C
Bhubaneswar

ଆସିଲା ‘ଦି ବକିଙ୍ଗହାମ୍‌ ମର୍ଡର୍ସ’ ଟ୍ରେଲର; ହତ୍ୟା ରହସ୍ୟ​‌ରେ ଛନ୍ଦି ହୋଇଛନ୍ତି କରୀନା

ମୁମ୍ବଇ: ହନ୍‌ସଲ୍‌ ମେହଟ୍ଟାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବକିଙ୍ଗହାମ୍‌ ମର୍ଡର୍ସ’ ଚଳିତ ବର୍ଷର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏହି ଅପରାଧ-ରହସ୍ୟମୟ-ରୋମାଞ୍ଚକର ଚଳଚ୍ଚିତ୍ରରେ କରୀନା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମଙ୍ଗଳବାର ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ କରୀନାଙ୍କ ପ୍ରଭାବଶାଳୀ ଭୂମିକାର ଝଲକ୍ ଦେଖିବାକୁ ମିଳିଛି।

ଚଳଚ୍ଚିତ୍ରରେ କରୀନା ଜସମିତ ବାମରା ଚରିତ୍ରରେ ଅବତ୍ତୀର୍ଣ୍ଣ, ଯିଏ ଜଣେ ବ୍ରିଟିଶ-ଭାରତୀୟ ଗୁପ୍ତଚର। ଜସମିତଙ୍କୁ ୱାୟକୋମ୍ବରେ ଏକ ଶିଶୁ ହତ୍ୟା ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଛି। ହତ୍ୟା କାରଣରୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଛି, ଯାହା ଏହି ଘଟଣାରେ ଜଣେ ମୁସଲମାନ କିଶୋରକୁ ଗିରଫ କରିବା ପରେ ହିଂସାର ରୂପ ନେଉଛି। କରୀନା ଏହି ରହସ୍ୟ ଉନ୍ମୋଚନ କରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ତାଙ୍କୁ ନିଜ ବ୍ୟକ୍ତିଗତ ଜୀବନର ଦୁଃଖ ସହ ମଧ୍ୟ ଲଢିବାକୁ ପଡ଼ୁଛି। ଚଳିତ ବର୍ଷ ସେପ୍ଟେମ୍ବର ୧୩ରେ ପରଦାକୁ ଆସିବ ‘ଦି ବକିଙ୍ଗହାମ୍‌ ମର୍ଡର୍ସ’।

- Advertisement -

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories