www.samajalive.in
Sunday, December 14, 2025
16.1 C
Bhubaneswar

ଆସିଲା ‘ଦି ବକିଙ୍ଗହାମ୍‌ ମର୍ଡର୍ସ’ ଟ୍ରେଲର; ହତ୍ୟା ରହସ୍ୟ​‌ରେ ଛନ୍ଦି ହୋଇଛନ୍ତି କରୀନା

ମୁମ୍ବଇ: ହନ୍‌ସଲ୍‌ ମେହଟ୍ଟାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବକିଙ୍ଗହାମ୍‌ ମର୍ଡର୍ସ’ ଚଳିତ ବର୍ଷର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏହି ଅପରାଧ-ରହସ୍ୟମୟ-ରୋମାଞ୍ଚକର ଚଳଚ୍ଚିତ୍ରରେ କରୀନା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମଙ୍ଗଳବାର ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ କରୀନାଙ୍କ ପ୍ରଭାବଶାଳୀ ଭୂମିକାର ଝଲକ୍ ଦେଖିବାକୁ ମିଳିଛି।

ଚଳଚ୍ଚିତ୍ରରେ କରୀନା ଜସମିତ ବାମରା ଚରିତ୍ରରେ ଅବତ୍ତୀର୍ଣ୍ଣ, ଯିଏ ଜଣେ ବ୍ରିଟିଶ-ଭାରତୀୟ ଗୁପ୍ତଚର। ଜସମିତଙ୍କୁ ୱାୟକୋମ୍ବରେ ଏକ ଶିଶୁ ହତ୍ୟା ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଛି। ହତ୍ୟା କାରଣରୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଛି, ଯାହା ଏହି ଘଟଣାରେ ଜଣେ ମୁସଲମାନ କିଶୋରକୁ ଗିରଫ କରିବା ପରେ ହିଂସାର ରୂପ ନେଉଛି। କରୀନା ଏହି ରହସ୍ୟ ଉନ୍ମୋଚନ କରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ତାଙ୍କୁ ନିଜ ବ୍ୟକ୍ତିଗତ ଜୀବନର ଦୁଃଖ ସହ ମଧ୍ୟ ଲଢିବାକୁ ପଡ଼ୁଛି। ଚଳିତ ବର୍ଷ ସେପ୍ଟେମ୍ବର ୧୩ରେ ପରଦାକୁ ଆସିବ ‘ଦି ବକିଙ୍ଗହାମ୍‌ ମର୍ଡର୍ସ’।

- Advertisement -

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories