ଥର ମରୁଭୂମିରେ ନାଗ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଜୟପୁର (ରାଜସ୍ଥାନ) .- ରାଜସ୍ଥାନର ଥର ମରୁଭୂମିରେ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ନାଗ ର ଆଧୁନିକ ପ୍ରାରୂପର ସଫଳ ପରୀକ୍ଷଣ କରାଯାଇଛି । ବିଳମ୍ବିତ ରାତି ଓ ସକାଳେ ଏହା ପରୀକ୍ଷଣ କରାଯାଇଛି । ଏହାର ସମସ୍ତ ପରୀକ୍ଷଣ ସଫଳ ଓ ଏକ୍ଦମ୍ ସଠିକ୍ ରହିଥିବା ସୂଚନା ମିଳିଛି । ଡିଆର୍ଡିଓ ଓ ଭାରତ ଡାୟନାମିକସ୍ ଏହାର ବିକାଶ କରିଛନ୍ତି । ନାଗ କ୍ଷେପଣାସ୍ତ୍ର ସେନାର ସମସ୍ତ ମାପଦଣ୍ଡକୁ ପୂରଣ କରୁଛି ।
ନାଗ କ୍ଷେପଣାସ୍ତ୍ରର ମାରକ କ୍ଷମତା ବେଶ୍ ଭଲ ଏହା ସଠିକ୍ ଭାବେ ଲକ୍ଷ୍ୟସ୍ଥଳକୁ ଭେଦ କରୁଛି ବୋଲି ସେନାର ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଅଲଗା ଅଲଗା ପାଣିପାଗରେ ନାଗକୁ ପରୀକ୍ଷା କରାଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ସେନାପାଇଁ ନାଗ କ୍ଷେପଣାସ୍ତ୍ର କିଣିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ନାଗ କ୍ଷେପଣାସ୍ତ୍ର ଉନ୍ନତ ପ୍ରାରୂପରେ ଇନଫ୍ରା ରେଡ୍ ସିଷ୍ଟମ ଲଗାଯାଇଛି । ଏହା ସଠିକ୍ ଭାବରେ ଲକ୍ଷ୍ୟସ୍ଥଳ ଭେଦ କରୁଛି ।
Comments are closed.