www.samajalive.in
Saturday, December 6, 2025
26.1 C
Bhubaneswar

ରାହୁଲ ଗାନ୍ଧୀ ଏବଂ ସୀତାରାମ ୟେଚୁରୀଙ୍କୁ କୋର୍ଟ ସମନ

ମୁମ୍ବଇ : ମହାରାଷ୍ଟ୍ର ଥାଣେର ଏକ କୋର୍ଟ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସିପିଆଇଏମ୍‍ ନେତା ସୀତାରାମ ୟେଚୁରୀଙ୍କୁ ସମନ ଜାରି କରିଛନ୍ତି। ରାହୁଲ ଏବଂ ସୀତାରାମ ସାମ୍ବାଦିକା ଗୌରୀଲଙ୍କେଶ ହତ୍ୟାକାଣ୍ଡ ସହ ରାଷ୍ଟ୍ରୀୟ ସ୍ୱୟଂ ସହାୟକ ଦଳ (ଆରଏସ୍‍ଏସ୍‍)କୁ ଯୋଡ଼ି ବଦନାମ କରିଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ଜବାବ ଦେବାକୁ ଉଭୟଙ୍କୁ ସମନ ଜାରି କରାଯାଇଛି। ଉଭୟଙ୍କୁ ଅପ୍ରେଲ ୩୦ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଆରଏସ୍‍ଏସ୍‍ କାର୍ଯ୍ୟକର୍ତ୍ତା ବିବେକ ଚମ୍ପାନେରକରଙ୍କ ପକ୍ଷରୁ ଦାଖଲ ମାନହାନୀ ଆବେଦନ ଉପରେ କୋର୍ଟ ଉଭୟଙ୍କୁ ସମନ ଜାରି କରିଛନ୍ତି।
ବିବେକ ଚମ୍ପାନେରକର ଅଭିଯୋଗ କରିଛନ୍ତି ଯେ ଉଭୟ ନେତା ଲଙ୍କେଶଙ୍କ ହତ୍ୟାକାଣ୍ଡ ସହ ଆରଏସ୍‍ଏସ୍‍କୁ ଯୋଡ଼ି ବଦନାମ କରିଛନ୍ତି। ମାମଲାର ଶୁଣାଣି କରୁଥିବା ସିଭିଲ ଜଜ ଏସ୍‍ ଭାଟିଆ ବୁଧବାର ରାହୁଲ ଏବଂ ସୀତାରାମଙ୍କୁ ସମନ ଜାରି କରିିବା ପୂର୍ବକ ଅପ୍ରେଲ ୩୦ରେ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories