www.samajalive.in
Saturday, December 6, 2025
26.1 C
Bhubaneswar

ଭ୍ରମଣ ସହ ଏଠାରେ ନିଅନ୍ତୁ ସପିଙ୍ଗର ମଜା

ପୁଣେରେ ଯେଭଳି ବୁଲିବା ପାଇଁ ବିଭିନ୍ନ ସ୍ଥାନ ରହିଛି, ସେଭଳି ମନମୁତାବକ ସପିଙ୍ଗ କରିବା ପାଇଁ ମଧ୍ୟ ବହୁ ସ୍ଥାନ ରହିଛି। ଯହି ଆପଣ ଭ୍ରମଣ ପାଇଁ ପୁଣେ ଯିବା ପାଇଁ ଇଚ୍ଛା କରନ୍ତି ତେବେ ଏପରି କିଛି ବଜାରକୁ ନିଶ୍ଚୟ ଯାଆନ୍ତୁ। ଏହି ବଜାର ଗୁଡ଼ିକରେ ଆପଣ ବିଭିନ୍ନ ଖାଦ୍ୟଦ୍ରବ୍ୟ ଖାଇବା ସହ ଭିନ୍ନ ଭିନ୍ନ ପୋଷାକ ଅନ୍ୟାନ୍ୟ ଦ୍ରବ୍ୟ ଓ ଉପହାର ଦେବା ଭଳି ଦ୍ରବ୍ୟ ମଧ୍ୟ ପାଇପାରିବେ। ଆସନ୍ତୁ ପୁଣେର ପ୍ରସିଦ୍ଧ ବଜାର ଗୁଡ଼ିକ ବିଷୟରେ ଜାଣିବା ଯେଉଁଠାରେ ଆପଣ ସମୟ ଅତିବାହିତ କରିବାକୁ ଖୁବ ଭଲ ଲାଗିବ ….
ଫରଗୁସନ କଲେଜ ରୋଡ଼ –
ଏହି ସ୍ଥାନଟି ଏଠାକାର ସ୍ଥାନୀୟ ବାସିନ୍ଦା ମାନଙ୍କୁ ମଧ୍ୟ ଖୁବ ଭଲ ଲାଗିଥାଏ। ଏଠାରେ ଆପଣ ସୁନ୍ଦର ଚପଲ, ବ୍ୟାଗ ଭଳି ବିଭିନ୍ନ ଜିନିଷ ଶସ୍ତାରେ କିଣିପାରିବେ। ଏଠାରେ ଥିବା ରେଷ୍ଟ୍ରୁରାଣ୍ଟରେ ଯାଇ ଆପଣ ସୁଆଦିଆ ଖାଦ୍ୟର ମଜା ନେଇପାରିବେ। ନିକଟରେ କଲେଜ ଥିବାରୁ ଏଠାରେ ସର୍ବଦା ଭିଡ଼ ଜମିଥାଏ।
ହାଙ୍ଗକାଙ୍ଗ ଲେନ –
ଆପଣ ପୁଣେର ହାଙ୍ଗକାଙ୍ଗ ଲେନ ନିଶ୍ଚୟ ଯାଆନ୍ତୁ। ଦାମି ଜିନିଷ ଏଠାରେ ସଠିକ ଦାମରେ ମିଳିଥାଏ। ଏହା ଗରବାରେ ବିଜ୍ରର ନିକଟରେ ଅବସ୍ଥିତ। ସପିଙ୍ଗ ପାଇଁ ଏହି ସ୍ଥାନଟି ଖୁବ ପ୍ରସିଦ୍ଧ। ବିଭିନ୍ନ ପ୍ରକାର ଇମିଟେସନ ଅଳଙ୍କାର, ପୋଷାକ, ପରଫ୍ୟୁମ, କସମେଟିକ ଭଳି ବିଭିନ୍ନ ଦ୍ରବ୍ୟ କିଣିପାରିବେ।
ଲକ୍ଷ୍ମୀ ରୋଡ଼ –
ଏହା ପୁଣେର ସବୁଠାରୁ ପୁରୁଣା ମାର୍କେଟ। ଏଠାରେ ସମସ୍ତ ଦ୍ରବ୍ୟ ଖୁବ ଭଲ ଓ ଶସ୍ତାରେ ମିଳିଥାଏ। ଆପଣଙ୍କୁ ଯଦି ଶାଢୀ କିଣିବାକୁ ଇଚ୍ଛା ଥାଏ, ତେବେ ଏଠାକୁ ନିଶ୍ଚୟ ଯାଆନ୍ତୁ। ଏହାଛଡ଼ା ବିଭିନ୍ନ ଡ଼ିଜାଇନର ପୋଷାକ, ଜିନ୍ସ, ଟିସାର୍ଟ, ସ୍କର୍ଟସ ଆଦି ମିଳିଥାଏ।
ଫେଶସ ଷ୍ଟ୍ରିଟ –
କେବଳ ନାମରୁ ନୁହେଁ, ଏଠାରେ ଥିବା ମିଳୁଥିବା ବିଭିନ୍ନ ଦ୍ରବ୍ୟ ଫେଶନ ଓ ଷ୍ଟାଇଲରେ ଭରପୁର। ଏଠାରେ ମିଳୁଥିବା ସୁନ୍ଦର ସୁନ୍ଦର ଡ଼ିଜାଇନର ପୋଷାକ ଲୋକଙ୍କୁ ଖୁବ ଆକର୍ଷିତ କରିଥାଏ। ତେଣୁ ଏଠାରେ ବେଶ ଜନ ସମାଗମ ଦେଖାଯାଏ। ପ୍ରାୟ ୪୫୦ଟି ଦୋକାନ ଲାଗି ଲାଗି ହୋଇ ରହିଥାଏ।
ବାଜୀରାଓ ରୋଡ଼ –
ଗୃହର ସୁନ୍ଦରତାକୁ ବଢାଇବା ପାଇଁ ଏଠାରେ ଆବଶ୍ୟକୀୟ ଓ ସୁନ୍ଦର ଆସବାବ ପତ୍ର ମିଳେ। ଘରର ପାଇଁ ବିଭିନ୍ନ ଦ୍ରବ୍ୟ କିଣିବାର ଏହା ସଠିକ ସ୍ଥାନ।
ତୁଳସୀବାଗ –
ଏହି ସ୍ଥାନ ଇମିଟେସନ ଅଳଙ୍କାର ପ୍ରିୟ ଲୋକଙ୍କୁ ଖୁବ ପସନ୍ଦ। ଏଠାରେ ଆପଣ ବିଭିନ୍ନ ଡ଼ିଜାଇନର ଅଳଙ୍କାର ପାଇପାରିବେ। ଭିନ୍ନ ଭିନ୍ନ ଡ଼ିଜାଇନର ଅଳଙ୍କାର, ଜୋତାଚପଲ ଆଦି ଆପଣ ପାଇପାରିବେ। ଏପରିକି ୫୦୦ ଟଙ୍କାର ଦ୍ରବ୍ୟ ଏଠାରେ ୨୦୦ ମିଳିଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories