www.samajalive.in
Friday, December 12, 2025
14.1 C
Bhubaneswar

ହଷ୍ଟେଲରେ ଛାତ୍ରୀମାନେ ଖାଇବାକୁ ନପାଇ କାନ୍ଦି କାନ୍ଦି ବ୍ଲକ କାର୍ଯ୍ୟାଳୟ ଯିବା ଘଟଣା; ଠାକୁରମୁଣ୍ଡାରେ ଗଣ ଆନ୍ଦୋଳନ

ଠାକୁରମୁଣ୍ଡା: ହଷ୍ଟେଲରେ ଛାତ୍ରୀମାନେ ଖାଇବାକୁ ନପାଇ କାନ୍ଦି କାନ୍ଦି ବ୍ଲକ କାର୍ଯ୍ୟାଳୟ ଯିବା ଘଟଣାରେ ମାନବାଧିକାର କମିଶନଙ୍କ ରିପୋର୍ଟ ପରେ ଏବେ ଆଦିବାସୀ ମେଳି ଆରମ୍ଭ ହୋଇଛି। ଏହାକୁ ନେଇ ଶୁକ୍ରବାର ଠାକୁରମୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜନ ଆନ୍ଦୋଳନ କରାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ। ଗତ ୨୩/୧୦/୨୨ରେ ସ୍କୁଲ ହଷ୍ଟେଲରେ ଖାଇବାକୁ ନପାଇ ୯୪ଜଣ ଛାତ୍ରୀ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ ଶୁଣାଇବା ପାଇଁ ପହଞ୍ଚିଥିଲେ । ହେଲେ ସେଦିନ ବ୍ଲକ କାର୍ଯ୍ୟାଳୟ ଛୁଟି ଥିବାରୁ କାହାରିକୁ ନପାଇ କାର୍ଯ୍ୟାଳୟ ସମ୍ମୁଖରେ କାନ୍ଦିଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାର ପ୍ରଚାର ହେଲା ପରେ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନକ୍ରମେ ଏକ ମାମଲା ୩୯୭୧ ମୋତେ ରୁଜୁ ହୋଇ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନଙ୍କୁ ରିପୋର୍ଟ ତଲବ କରାଯାଇଛି। ସେହିପରି ୪ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ।

ହେଲେ ଏତେ ସବୁ ଘଟଣା ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଏହି ଘଟଣାରେ କାହାରି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅଭିଭାବକ ଏବଂ ସ୍ଥାନୀୟ ଆଦିବାସୀ ଭାଇ ଭଉଣୀମାନଙ୍କୁ ଶକ୍ତ ଆଘାତ ଦେଇଛି। ଘଟଣାକୁ ଏକମାସ ହେବାକୁ ଯାଉଥିବା ବେଳେ ଏପରି ଅବହେଳା କରିଥିବା ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନର ଅସହଯୋଗ ଯୋଗୁଁ ଦଳିତ ଆଦିବାସୀମାନେ ଆଜି ନିଷ୍ପେସିତ । ଯାହାକୁ ନେଇ ଶୁକ୍ରବାର ଠାକୁରମୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜନ ଆନ୍ଦୋଳନ କରାଯାଇଛି। ସୁଶ୍ରୀ ଜବାମଣୀ ଟୁଡୁଙ୍କ ନେତୃତ୍ୱରେ ଗଣେଶ ଗାଗରାଈ, ବାବୁଲି ଲୁଗୁନ୍, ବିମଳ କୁମାର ସେନାପତି, ଗତିକୃଷ୍ଣ ପଣ୍ଡା, ସତ୍ୟନନ୍ଦ ପଲେଇ, ଜଗଦୀଶ ମୁର୍ମୁ ପ୍ରମୁଖ ଯୋଗଦେଇ ଅଭିଭାଷଣ ରଖିଥିଲେ। ଠାକୁରମୁଣ୍ଡା ଅଞ୍ଚଳର ଶହ ଶହ ଲୋକ ଆଜି ଠାକୁରମୁଣ୍ଡା ମା’ବାସୁଳୀ ମନ୍ଦିରରୁ ଏକ ବିରାଟ ପଟୁଆରେ ଆସି ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି। ତେବେ ବିଡିଓ ଅନୁପସ୍ଥିତ ଯୋଗୁଁ ବ୍ଲକର ବରିଷ୍ଠ କିରାଣୀ ଓ ଜିପିଓଙ୍କୁ ଦାବି ପତ୍ର ଦେଇଥିଲେ। ଠାକୁରମୁଣ୍ଡା ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବାରୁ ସ୍କୁଲ କଲେଜମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଛି। ଯାହା ଫଳରେ ବିଭିନ୍ନ ସ୍କୁଲ କଲେଜମାନଙ୍କରୁ ପ୍ରତ୍ୟେକ ଦିନ ଏପରି ଘଟଣା ସାମ୍ନାକୁ ଆସୁଛି । ଯଦି ଆଗାମୀ ଦିନରେ ଏପରି କାର୍ଯ୍ୟ ସାମ୍ନାକୁ ଆସେ, ତେବେ ଏହି ଜନ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ସେହିପରି ଏପରି କାର୍ଯ୍ୟ କରିଥିବା ସ୍ଥାନୀୟ ପ୍ରଶାସନ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories