ଟଳି ନାହିଁ ଥାଇଲାଣ୍ଡ ଗୁମ୍ଫା ବିପଦ: ଫସିରହିଛନ୍ତି ୨୦ ଉଦ୍ଧାରକାରୀ

0

ବ୍ୟାଂକକ୍‍ : ଥାଇଲାଣ୍ଡର ଚିଆଙ୍ଗ ରାଇ ପ୍ରଦେଶର ଥାମ ଲୁଆଙ୍ଗ ଗୁମ୍ଫାରେ ଫସିଥିବା ୧୨ଜଣ ଫୁଟ୍‍ବଲ ଖେଳାଳି ଓ ତାଙ୍କର ପ୍ରଶିକ୍ଷକ (କୋଚ)କୁ ଉଦ୍ଧାର କରାଯିବା ପରେ ଚାରିଆଡେ ଆନନ୍ଦର ଲହରି ଖେଳିଯାଇଛି। ତେବେ ପିଲାମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଉଦ୍ଧାରକାରୀ ଦଳର ୨୦ଜଣ ସଦସ୍ୟ ଏବେ ଗୁମ୍ଫା ମଧ୍ୟରେ ଫସିରହିଛନ୍ତି। ଉଦ୍ଧାରକାରୀ ଦଳର ଏହି ସଦସ୍ୟମାନେ ଫେରିବା ନେଇ ଅନିଶ୍ଚିତତା ଦେଖାଯାଇଛି। ମଙ୍ଗଳବାର ସୁଦ୍ଧା ସମସ୍ତ ପିଲା ଉଦ୍ଧାର ହୋଇଥିଲେ। ଏହା ମଧ୍ୟରେ ଦୁଇ ଦିନ ବିତିଯାଇଥିବାବେଳେ ଉଦ୍ଧାରକାରୀ ଦଳ ବାହାରିପାରି ନାହାନ୍ତି। ଥାଇଲାଣ୍ଡ ନୌସେନାର ଜଣେ ପୂର୍ବତନ କର୍ମଚାରୀଙ୍କ କହିବା ଅନୁଯାୟୀ ସେ ଶେଷ ଉଦ୍ଧାରକାରୀ ଭାବେ ଗୁମ୍ଫାରୁ ବାହାରିଥିଲେ। ଗୁମ୍ଫା ଭିତରୁ ପାଣି ବାହାର କରିବା ପାଇଁ ଲଗାଯାଇଥିବା ମୋଟର ପମ୍ପ ଅଚଳ ହୋଇପଡିଛି। ଉଦ୍ଧାରକାରୀମାନେ ଗୁମ୍ଫାର ଯେଉଁ କୋଠରିରେ ଫସିଛନ୍ତି ସେହି କୋଠରିର ପମ୍ପ ଅଚଳ ହୋଇପଡିଛି। ଫଳରେ ଗୁମ୍ଫାରେ ଏବେ ପାଣି ଭରିରହିଛି। ଅମ୍ଳଜାନ ଟାଙ୍କିବିନା ଗୁମ୍ଫାରୁ ବାହାରିବା ଅସମ୍ଭବ। ଯେଉଁ ଉଦ୍ଧାରକାରୀମାନେ ଫସିଛନ୍ତି ସେମାନଙ୍କ ପାଖରେ ବୁଡିବା ସାମଗ୍ରୀ ନାହିଁ। ପାଣି ପମ୍ପ ଅଚଳ ହେବା ନେଇ କମାଣ୍ଡର ଚାଇୟାନାଣ୍ଟା ପିରାନାରୋଙ୍ଗ ସୂଚନା ଦେଇଥିଲେ। ଶେଷ ଉଦ୍ଧାରକାରୀ ଦଳ ଗୁମ୍ଫାରୁ ବାହାରିବା ସମୟରେ ଜଳସ୍ତର ମୁଣ୍ଡ ଉଚ୍ଚତାର ରହିଥିଲା। ଏବେ ଜଳସ୍ତର ଆହୁରି ବୃଦ୍ଧି ପାଇଥିବାରୁ ଅମ୍ଳଜାନ ସିଲିଣ୍ଡର ବିନା ବାହାରିବା ଅସମ୍ଭବ ହୋଇଛି।
ରବିବାର ପ୍ରଥମ ଉଦ୍ଧାର କାର୍ଯ୍ୟର ଦୁଇଦିନ ପୂର୍ବରୁ ଜଣେ ଉଦ୍ଧାରକାରୀର ମୃତ୍ୟୁ ହୋଇଥିଲା। ପ୍ରାଣ ହରାଇଥିବା ଉଦ୍ଧାରକାରୀ ଜଣଙ୍କ ହେଲେ ସମନ କୁନାନ। ସେ ଥାଇଲାଣ୍ଡ ନୌସେନାର ପୂର୍ବତନ କର୍ମଚାରୀ। ପାଣି ଭତ୍ତି ଗୁମ୍ଫା ଭିତରେ ଅମ୍ଳଜାନ ସିଲିଣ୍ଡର ଖଞ୍ଜିବାକୁ ଯାଇ ସେ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ ଜୁନ୍‍ ୨୩ରେ ଥାଇଲାଣ୍ଡର ‘ୱାଇଲ୍ଡ ବୋଅର୍ସ’ ଫୁଟବଲ ଦଳର ୧୨ଜଣ ପିଲା ଓ ଜଣେ ପ୍ରଶିକ୍ଷକ ଅଭ୍ୟାସ ସାରି ଫେରିବା ବେଳେ କୌତୂହଳବଶତଃ ଗୁମ୍ଫାରେ ପଶିଥିଲେ। ଜୁଲାଇ ୮ରେ ପ୍ରଥମେ ୪ଜଣ ପିଲାଙ୍କୁ ଗୁମ୍ଫାରୁ ବାହାର କରାଯାଇଥିଲା। ପରେ ଅନ୍ୟ ୪ ଓ ଶେଷରେ ପ୍ରଶିକ୍ଷକ ଓ ଅନ୍ୟ ୪ ପିଲାଙ୍କୁ ଗୁମ୍ଫାରୁ ଉଦ୍ଧାର କରାଯାଇଥିଲା। ସବୁ ପିଲା ଓ ପ୍ରଶିକ୍ଷକ ସୁରକ୍ଷିତ ଅଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply