www.samajalive.in
Saturday, December 13, 2025
27.1 C
Bhubaneswar

ଖୁବଶୀଘ୍ର ଭାରତରେ କାର୍‌ ତିଆରି ଆରମ୍ଭ କରିବ ଟେସ୍ଲା

ନ୍ୟୁୟର୍କ – ଗତ କିଛି ଦିନ ହେବ ଭାରତରେ ବଡ ବଡ ଅନ୍ତର୍ଜାତୀୟ କମ୍ପାନୀ ନିଜ ଉତ୍ପାଦନ ଆରମ୍ଭ କରିଛନ୍ତି । ଆପଲ୍‌, ଗୁଗୁଲ୍‌ ପରେ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଇଲେକ୍ଟ୍ରିକ୍‌ କାର୍‌ କମ୍ପାନୀ ଟେସ୍ଲା ଭାରତରେ ଇଲେକ୍ଟ୍ରିକ୍‌ କାର୍‌ ନିର୍ମାଣ କରିବ ବୋଲି ଏହାର ପ୍ରତିଷ୍ଠାତା ଏଲନ୍‌ ମସ୍କ ସୂଚନା ଦେଇଛନ୍ତି ।

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଭାରତରେ ଟେସ୍ଲା ନିଜର ଫ୍ୟାକ୍ଟ୍ରି ସ୍ଥାପନ କରିବ ବୋଲି ଏଲନ୍‌ ମସ୍କ ସୂଚନା ଦେଇଛନ୍ତି ।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ ଏବେ ଆମେରିକା ଗସ୍ତରେ ଅଛନ୍ତି . ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ କରିବା ସହ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କ୍ରୟ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଏଥିରେ ଆଲୋଚନା ହେବାରେ ଅଛି । ଏହା ସହ ମୋଦୀ ଜାତିସଂଘରେ ଯୋଗ ଦିବସ ଅବସରରେ ଉଦ୍‌ବୋଧନ ଦେଇଛନ୍ତି ।

ଭାରତରେ ଇଲେକ୍ଟ୍ରିକ୍‌ କାର୍‌ ନିର୍ମାଣ ପାଇଁ ଟେସ୍ଲା କେବେ ଠାରୁ ଉଦ୍ୟମ ଆରମ୍ଭ କରିଛି । ଏବେ ଦେଶରେ ଟେସ୍ଲା ପାଇଁ ପଥ ସୁଗମ ହୋଇଛି ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories