www.samajalive.in
Monday, December 15, 2025
26.1 C
Bhubaneswar

ଜାମ୍ମୁରେ ପୁଣି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। କାଶ୍ମୀର ବିଭିନ୍ନ ପ୍ରାନ୍ତରେ ବିଜେପି ନେତାମାନଙ୍କ ଉପରେ ବାରମ୍ବାର ଆତଙ୍କବାଦୀମାନେ ଆକ୍ରମଣ କରୁଥିବାରୁ ରାଜନୈତିକ ମହଲରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ଅନୁସାରେ, ରବିବାର ସକାଳେ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲାରେ ଆତଙ୍କବାଦୀମାନେ ବିଜେପି କାର୍ଯ୍ୟକର୍ତ୍ତା ଅବଦୁଲ ହମିଦ ନଜରଙ୍କ ଉପରେ ଆକ୍ରମଣ କରିଥିଲେ। ହମିଦ ସ୍ଥାନୀୟ ରେଳ ଷ୍ଟେଶନ ନିକଟରେ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ସେ ସେହିଠାରେ ପଡ଼ିଯାଇଥିଲେ। ତାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସଏମଏଚଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

- Advertisement -

ନିକଟରେ ଆତଙ୍କବାଦୀମା​‌ନେ ଜଣେ ବିଜେପି ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗତ ଜୁଲାଇରେ ବିଜେପିର ଜଣେ ଜିଲା ସଭାପତି ଓ ତାଙ୍କ ବାପା ଏବଂ ଭାଇଙ୍କୁ ମଧ୍ୟ ଆତଙ୍କବାଦୀମାନେ ଘର ନିକଟରେ ଗୁଳି କରି ହତ୍ୟା କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories