www.samajalive.in
Saturday, December 6, 2025
15.1 C
Bhubaneswar

ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବ ସମାଜସେବୀ ମୀରା ପରିଡ଼ାଙ୍କ ନାମ

ଭୁବନେଶ୍ୱର : ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ସମାଜସେବୀ ମୀରା ପରିଡ଼ାଙ୍କ ନାମ ସ୍ଥାନ ପାଇବ। ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ର ନିର୍ଦ୍ଦେଶକ ଗୁଞ୍ଜନ ମେହତାଙ୍କ କହିବା ଅନୁଯାୟୀ, ଆସନ୍ତା ୧୪ ଅଗଷ୍ଟ ୨୦୨୦ର ହରିୟାଣାର ଗୁରୁଗାଓଁରେ ଆୟୋଜିତ ହେବାକୁ ଥିବା ଏକ ଆୟୋଜନରେ ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ଓଡ଼ିଶାର ପ୍ରମୁଖ ସମାଜସେବୀ ମୀରା ପରିଡ଼ାଙ୍କର ନାମ ସ୍ଥାନ ପାଇବ। ତାଙ୍କର ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ଗୌରବ ଶିରୋନାମା ପୁସ୍ତିକାରେ ତାଙ୍କ ନାମ ସ୍ଥାନ ପାଇବ। ଏହାପୂର୍ବରୁ ଓଡ଼ିଶାରୁ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନାମ ତାଙ୍କ ସଫଳତା, ସମାଜସେବା ପାଇଁ ସ୍ଥାନ ପାଇସାରିଛି।
ମୀରା ପରିଡ଼ା ନିଜେ ସଂଘର୍ଷ କରି ଆଜି ଯେଉଁ ସ୍ଥାନରେ ପହଂଚିଛନ୍ତି, ସେହି କାରଣରୁ ଆଜି ତାଙ୍କୁ ଏହି ସଫଳତା ମିଳିପାରିଛି। ତାଙ୍କର ସଫଳତା ପାଇଁ ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ର ସମସ୍ତ ଟିମର କର୍ମଚାରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି ଓ କହିଛନ୍ତି ମୀରା, ଲକ୍ଷ ଲକ୍ଷ ଲୋକଙ୍କ ପ୍ରେରଣାର ସ୍ରୋତ। ଆପଣଙ୍କ ଦ୍ୱାରା କିନ୍ନର ସମାଜର ଉନ୍ନତି ପାଇଁ ହେଉଥିବା କାର୍ଯ୍ୟକୁ ଆମର ହୃଦୟରୁ ପ୍ରଣାମ। ଆପଣଙ୍କ ମଙ୍ଗଳମୟ ଭବିଷ୍ୟ ପାଇଁ ଆମେ କାମନା କରୁଛୁ। ଆମ ପୁସ୍ତକରେ ଆପଣଙ୍କର ସଂଘର୍ଷମୟ ଜୀବନ ଓ ସଫଳତାକୁ ସ୍ଥାନ ଦେବା ଆମ ପାଇଁ ଗର୍ବର କଥା। ଆପଣଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories