www.samajalive.in
Monday, December 15, 2025
27.1 C
Bhubaneswar

ସିଆରପିଏଫ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ; ଯବାନ ସହିଦ, ଜଣେ ନାଗରିକଙ୍କ ମୃତ୍ୟୁ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବାରାମୁଲା ଜିଲା ଅନ୍ତର୍ଗତ ସୋପୋରରେ ସିଆରପିଏଫ ଟିମ୍‌ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ୩ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ଜଣେ ସ୍ଥାନୀୟ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।

ବୁଧବାର ସକାଳ ପ୍ରାୟ ସାଢ଼େ ୭ଟାରେ ସିଆରପିଏଫର ଏକ ରୋଡ୍‌ ଓପନିଂ ପାର୍ଟି ଓ ପୁଲିସ କର୍ମଚାରୀ ମିଳିତ ଭାବେ ସୋପୋର ମଡେଲ ଟାଉନର ବାଇପାସ ନିକଟରେ ଚେକ୍‌ ପୋଷ୍ଟ ବସାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ସ୍ଥାନୀୟ ନାଗରିକ ଆକ୍ରମଣରେ ପ୍ରାଣ ହରାଇଥିଲେ। ତେବେ ତାଙ୍କ ସହିତ ଥିବା ୩ ବର୍ଷର ନାତି ଅଳ୍ପକେ ରକ୍ଷା ପାଇଯାଇଥିଲା। ଯବାନମାନେ ଶିଶୁଟିକୁ ଉଦ୍ଧାର କରିଥିଲେ। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ସେନା ଅଧିକାରୀ ଏବଂ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories