ଉଦଯାପିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ମୃତ୍ତିକା, ବ୍ୟବସାୟ ହେଲା ୩ କୋଟି
ଭୁବନେଶ୍ୱର : ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ମୃତ୍ତିକା-୨୦୨୪ ଉଦଯାପିତ ହୋଇଯାଇଅଛି। ସାଧାରଣ ଲୋକଙ୍କର ମୃତ୍ତିକା ହସ୍ତଶିଳ୍ପ ପ୍ରତି ଥିବା ଆଗ୍ରହକୁ ପ୍ରତିବନ୍ଧକ ସାଜିଥିବା ବାତ୍ୟା “ଦାନା” ମଧ୍ୟ ହାରମାନିଲା। ଏହି ମେଳାକୁ ପ୍ରାୟ ୫ ଲକ୍ଷ ହସ୍ତଶିଳ୍ପ ପ୍ରେମୀ ପରିଦର୍ଶନ କରିଥିଲେ । କାରିଗରଙ୍କ ହାତର ସ୍ପର୍ଶରେ ଜୀବନ୍ନ୍ୟାସ ପାଇଥିବା ମାଟି ସାମଗ୍ରୀ ଗୁଡିକ ଯଥା ବିଭିନ୍ନ ପ୍ରକାର ମୂର୍ତ୍ତି, ଘର ସାଜସଜ୍ଜା ଉପକରଣ, ରୋଷେଇ ସାମଗ୍ରୀକୁ ଆଦରରେ କିଣି ନେଇଥିଲେ ମୃତ୍ତିକାପ୍ରେମୀ। ସବୁଠାରୁ ଆକର୍ଷଣୀୟ ଥିଲା ଟେରାକୋଟାର ବିଭିନ୍ନ ରଙ୍ଗବେରଙ୍ଗର ଦୀପ। ଚଳିତ ବର୍ଷ ଏହି ପ୍ରଦର୍ଶନୀରେ ମୋଟ ୨୭ଟି ଜିଲ୍ଲାରୁ ୨୬୧ ଜଣ ଟେରାକୋଟା କାରିଗର ଅଂଶ ଗ୍ରହଣ କରି ସେମାନଙ୍କର ହାତ ତିଆରି ସାମଗ୍ରୀକୁ ବିକ୍ରିବଟା କରିଥିଲେ । ଏହି ପ୍ରଦର୍ଶନୀରେ ମୋଟ ୩ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ପ୍ରତ୍ୟେକ ଦିନ ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ଵାରା ବେଶ ଆଦୃତ ହୋଇଥିଲା।
Comments are closed.