ନିଖୋଜ ନାବାଳକଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା, ଗୋଷ୍ଠୀ ସଂଘର୍ଷରୁ ହତ୍ୟା ଅଭିଯୋଗ
ବଲାଙ୍ଗୀର: ବଲାଙ୍ଗୀର ଜିଲା ବିଲାସପୁର ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଜଣେ ନାବାଳକଙ୍କ ମୃତଦେହ ମଙ୍ଗଳବାର ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଉକ୍ତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗତ ୫ ତାରିଖରେ ମାଛମରାକୁ ନେଇ ବିଲାସପୁର ଓ ଘୁଟୁଲୁଡୁଙ୍ଗୁରୀ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହିଦିନଠାରୁ ବିଲାସପୁରର ଜଣେ ନାବାଳକ ନିଖୋଜ ଥିଲେ। ପରିବାର ଏବଂ ଗାଁ ଲୋକେ ଖୋଜାଖୋଜି କରିଥିଲେ ହେଁ ନାବାଳକଙ୍କ ପତ୍ତା ମିଳି ନ ଥିଲା। ଏ ନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଆଜି ନାବାଳକର ମୃତଦେହ ମିଳିବା ପରେ ତା’କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ୧୪ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
Comments are closed.