www.samajalive.in
Saturday, December 6, 2025
15.1 C
Bhubaneswar

ଶିଶୁ ମୃତ୍ୟୁ ନେଇ ଉତ୍ତେଜନା, ରାସ୍ତାରୋକୋ

ଟିଟିଲାଗଡ଼: ଟିଟିଲାଗଡ ଡାକ୍ତରଖାନାରେ ଜଣେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକୋ କରାଯାଇଛି।

ସୂଚନା ଅନୁସାରେ, ଲେବଦା ଗ୍ରାମର ରୋହିତ ବାରିକ ନାମକ ବ୍ୟକ୍ତି ନିଜ ୧୪ ମାସର ଶିଶୁକୁ ଜ୍ଵର ହେଉଥିବାରୁ ମଙ୍ଗଳବାର ଅପରାହ୍ନରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତାଙ୍କୁ ଚିକିତ୍ସା ବଦଳରେ ଏକ ଘରୋଇ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦିଆଯାଇଥିଲା ବୋଲି ରୋହିତ ଅଭିଯୋଗ କରିଛନ୍ତି। ଏପରି କି ଘରୋଇ ଡାକ୍ତରଖାନାକୁ ଯିବା ପୂର୍ବରୁ ସେଠାରେ ଏକ ଇଞ୍ଜେକ୍ସନ ଦିଆଯାଇଥିଲା। ଏହା ପରେ ରୋହିତ ଶିଶୁ ନେଇ ଘରୋଇ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପିଲାଟିର ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି।

- Advertisement -

ଘଟଣା ପ୍ରତିବାଦରେ ଶିଶୁଟିର ପରିବାର ସମେତ ସ୍ଥାନୀୟ ଲୋକେ ଡାକ୍ତରଖାନା ସମ୍ମୁଖରେ ଶିଶୁର ମୃତହେଦ ରଖି ରାସ୍ତା ଅବରୋଧ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories