www.samajalive.in
Saturday, December 6, 2025
14.1 C
Bhubaneswar

୧୦ ବର୍ଷତଳେ ଆଜିର ଦିନରେ ବିଶ୍ବର ପ୍ରଥମ କ୍ରିକେଟର ଭାବେ ସଚିନ କରିଥିଲେ ଏହି ରେକର୍ଡ

ସମାଜ ପୋର୍ଟାଲ ଡେସ୍କ: ୧୦ ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ ୨୦୧୦ ମସିହା ଫେବୃଆରୀ ୨୪ ତାରିଖରେ ବିଶ୍ବ କ୍ରିକେଟରେ ନୂତନ ରେକର୍ଡ କରିଥିଲେ ସଚିନ। କ୍ରିକେଟର ଭଗବାନ ରୂପେ ପରିଚିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ କରିଥିଲେ। ୨୦୧୦ ମସିହା ଫେବୃୟାରୀ ୨୪ ତାରିଖ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗ୍ବାଲିଅରସ୍ଥିତ କ୍ୟାପଟେନ ରୁପ ସିଂ ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦ୍ୱିଶତକ ହାସଲ କରିଥିଲେ ସଚିନ। ଦକ୍ଷିଣ ଆଫ୍ରିକା ବିପକ୍ଷ ସେହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଥିବା ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇନିଂସ ଆରମ୍ଭରୁ ଭାରତ ବୀରେନ୍ଦ୍ର ସେହ୍ବାଗଙ୍କ ଉଇକେଟ ହରାଇଥିଲା କିନ୍ତୁ ସେ ସମୟରେ ବିସ୍ଫୋରକ ବ୍ୟାଟିଂ କରୁଥିବା ସଚିନ ୧୪୭ ବଲରେ ୨୦୦ ରନ୍ ସଂଗ୍ରହ କରିଥିଲେ। ସଚିନଙ୍କର ଏହି ବିସ୍ଫୋରକ ଇନିଂସରେ ୨୫ ଚୌକା ଓ ୩ ଛକା ସାମିଲ ଥିଲା । ଲିଟିଲ୍ ମାଷ୍ଟର ସଚିନ ଅନ୍ତିମ ଓଭରରେ ୨୦୦ ରନ୍ ପୂରଣ କରିବା ସହ ବିଶ୍ବ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ କ୍ରିକେଟର ହୋଇଯାଇଥିଲେ।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦ୍ୱିଶତକ ଯୋଗୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ସେହି ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୪୦୧ ରନ୍ କରିଥିଲେ। ସେହି ମ୍ୟାଚକୁ ଭାରତ ୧୫୩ରନରେ ଜିତି ନେଇଥିଲା। ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରେ ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ କ୍ରିକେଟର ସମସ୍ତ ଫର୍ମାଟରେ ୩୪,୩୫୭ ରନ୍ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ତାଲିକାରେ ସଚିନ ରହିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶ୍ରିଲଙ୍କାର କୁମାର ସଙ୍ଗାକାରା। ସଚିନ ସଙ୍ଗାକାରାଙ୍କ ଠାରୁ ୬ ହଜାର ଅଧିକ ରନ୍ କରିଛନ୍ତି। ଦିନିକିଆ କ୍ରିକେଟରେ ବର୍ତ୍ତମାନ ସୁଦ୍ଧା ୮ ଥର ଦ୍ୱିଶତକ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଭାରତୀୟ ବ୍ୟାଟ୍ସମ୍ୟାନ ୫ଥର ଦ୍ବିଶତକ ହାସଲ କରିଛନ୍ତି। ରୋହିତ ଶର୍ମା ୩ଥର, ବିରେନ୍ଦ୍ର ସେହ୍ବାଗ ଥରେ ଏବଂ ସଚିନ ତେନ୍ଦୁଲକର ଥରେ ଦ୍ବିଶତକ ହାସଲ କରିଛନ୍ତି। ଏହି ୩ ଭାରତୀୟ ଖେଳାଳିଙ୍କ ବାଦ୍ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ, ପାକିସ୍ତାନର ଫକର ଜାମନ ଓ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories