www.samajalive.in
Sunday, December 7, 2025
23.1 C
Bhubaneswar

ଗୋପାଳଜୀଉ ମହାବିଦ୍ୟାଳୟରେ ଭିତ୍ତିଭୂମି ବିକାଶ ପାଇଁ ଦାବି

ତେଲକୋଇ : ତେଲକୋଇ ବ୍ଲକ ପୁରଯୋଡା ଓ କାଳିଆହତା ପଞ୍ଚାୟତ ସୀମାନ୍ତ ରେ ଅବସ୍ଥିତ ଗୋପାଳଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି। ଏହି ମହାବିଦ୍ୟାଳୟରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ବହୁ ଛାତ୍ରଛାତ୍ରୀ ଅନ୍ୟ ଜିଲ୍ଲା ରୁ ଆସି ବେଣାମୁଣ୍ଡା ଏବଂ କାଳିଆହତା ଅଞ୍ଚଳରେ ବିଭିନ୍ନ ଲୋକଙ୍କ ଘରେ ରହି ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।  ପାନୀୟଜଳ, ଛାତ୍ରାବାସ, ଶୌଚାଳୟ, ହାତୀ ଉପଦ୍ରବ, ସାଇକେଲ ଷ୍ଟାଣ୍ଡ, ସାଧାରଣ କକ୍ଷ ଓ ଖେଳ ପଡିଆ ଆଦି ସମସ୍ୟା ହୋଇଛି। ପାନୀୟଜଳ ପାଇଁ କୌଣସି ସଠିକ ବ୍ୟବସ୍ଥା ନଥିବାରୁ ପ୍ରତି ଘର ଏବଂ କାର୍ଯ୍ୟାଳୟ କୁ ପାଇପ ଯୋଗେ ସ୍ବଚ୍ଛ ପାନୀୟଜଳ ଯୋଗାଣ, ବାହାରୁ ଆସି ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରାବାସ ଓ ଶୌଚାଳୟ ମୁଖ୍ୟ ଦାବି ରହିଛି।
ବିଭିନ୍ନ ସମୟରେ ଜଙ୍ଗଲି ହାତୀ ଏହି ଶିକ୍ଷାନୁଷ୍ଠାନ ର ପାଚେରୀ ଭାଙ୍ଗୁଥିବା ନଜିର ରହିଥିବାରୁ ମହାବିଦ୍ୟାଳୟ ପରିସରରେ ସୋଲାର ଲାଇଟ ଏବଂ ପଥର ପାଚେରୀର ବ୍ୟବସ୍ଥା କରାଯିବାକୁ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏହି ସବୁ ସମସ୍ୟା ଶୀଘ୍ର ସମାଧାନ କରାଯିବାକୁ ଗୁରୁତ୍ବ ଦିଆଯାଇଛି। ଛାତ୍ରଛାତ୍ରୀ ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ସମେତ ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ପୀତବାସ ଦଳେଇ, ବରିଷ୍ଠ ସମାଜସେବୀ କମଳାକାନ୍ତ ଥମ୍ବ ଓ ଲକ୍ଷ୍ମଣ ପୂର୍ତ୍ତି ଯଥାଶୀଘ୍ର ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ୟା ସମାଧାନ କରୀବାକୁ ଦାବି କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories