www.samajalive.in
Tuesday, December 9, 2025
15.1 C
Bhubaneswar

ମଦ ବିରୋଧରେ ତାତିଲେ ମହିଳା ; ଢାଳିଦେଲେ ଦେଶୀ ମଦ

ତେଲକୋଇ : ମଦ ବିରୋଧରେ ତାତିଲେ ସାଧାରଣ ମହିଳା। ପଞ୍ଚାୟତର ବିଭିନ୍ନ ଗ୍ରାମରେ କଲେ ପଦଯାତ୍ରା । ଦେଶୀ ମଦ ନଷ୍ଟ କରିବା ସହ ଘରେ ପଶି ମଦ ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି । ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ମୁଖ୍ୟାଳୟର ମା’ ତାରିଣୀ ସଙ୍ଗଠନ ପକ୍ଷରୁ ସୋମବାର ଶତାଧିକ ମହିଳାଙ୍କୁ ନେଇ ଏକ ନିଶା ନିବାରଣ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ଓରିଆ ତାରିଣୀ ଶାଳ ଠାରୁ ଆରମ୍ଭ ହୋଇ ପିଟାନାଳୀ, ଓରିଆ, କିଷାନ ସାହି ଏବଂ ପଞ୍ଚାୟତର ଅନ୍ୟ ଅଞ୍ଚଳ ମାନଙ୍କୁ ମଧ୍ୟ ଯାଇଥିଲା। ମହିଳାମାନେ ମଦ ବ୍ୟବସାୟୀଙ୍କ ଘରେ ପଶି ମଦ ବ୍ୟବସାୟ ବନ୍ଦ କରିବାକୁ ଚେତାବନି ଦେବା ସହ କିଛି ସ୍ଥାନରେ ଦେଶୀ ମଦ ଢାଳିଦେଇଛନ୍ତି। ଏହି ମଦ ନିଶା କାରଣରୁ ଘରୋଇ ହିଂସା ବଢୁଥିବା ସହ ବହୁ ପରିବାରର ଆର୍ଥିକ ଅବସ୍ଥା ଶୋଚନିୟ ହୋଇପଡିଛି ଏବଂ ବହୁ ଧନଜୀବନ ମଧ୍ୟ ନଷ୍ଟ ହେଉଛି। ଏହାକୁ ଦୃଷ୍ଟି ରେ ରଖି ଆଗାମୀ ଦିନରେ ଏକ ସୁସ୍ଥ ସାମାଜିକ ପରିବେଶ ଗଠନ କରିବା ଉଦ୍ଦେଶ୍ୟ ସହିତ ଗ୍ରାମର ମହିଳାମାନେ ଏହି ଯାତ୍ରା କରିଛନ୍ତି। ଗ୍ରାମମାନଙ୍କରେ ସଭା କରି ମଧ୍ୟ ଅନ୍ୟ ମହିଳାମାନଙ୍କ ମଧ୍ୟ ରେ ସଚେତନତା ସୃଷ୍ଟି କରିଛନ୍ତି। ଆଗାମୀ ଦିନରେ ମଦ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ନହେଲେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories