www.samajalive.in
Saturday, December 6, 2025
16.1 C
Bhubaneswar

ରାଉରକେଲା ସରକାରୀ ଚିକିତ୍ସାଳୟରେ ଟେଲିମେଡିସିନ ସେବା ଆରମ୍ଭ

ରାଉରକେଲା : ସୁନ୍ଦରଗଡ଼ ଜିଲା ତଥା ରାଉରକେଲା ସହରରେ କରୋନା ସଂକ୍ରମଣର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି l ଏହି ସମୟରେ ସରକାର ତଥା ସ୍ଥାନୀୟ ପ୍ରଶାସନ ତରଫରୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ କୋଭିଡ କଟକଣା ଜାରି କରାଯାଇଛି। ଯାହା ଫଳରେ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ସେବା ନିମନ୍ତେ ଯିବା ସମସ୍ତ ରୋଗୀଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ l ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ତଥା ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ରାଉରକେଲା ସରକାରୀ ଚିକିତ୍ସାଳୟରେ ମଧ୍ୟ ଏହି ଟେଲିମେଡିସିନ ସେବା ଆରମ୍ଭ କରିଛନ୍ତି l

ଆରଜିଏଚ ନିର୍ଦେଶକ  ଡ଼. ନୀଳକଣ୍ଠ ମିଶ୍ର, ଏହାର ଶୁଭାରମ୍ଭ କରିବା ସହ ରୋଗୀ ତଥା ଜନସାଧାରଣଙ୍କୁ ଏହି ସେବାର  ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି l ଜନସାଧାରଣ କିମ୍ବା ରୋଗୀ ନିଜ ଘରୁ ଟେଲିମେଡିସିନ ସେବା ପାଇଁ ମୋବାଇଲ ନଂ ୭୬୫୫୦୫୧୩୯୫/ ୭୬୫୫୦୫୧୩୯୬କୁ ଫୋନ କରି ନିଜ ରୋଗର ବିବରଣୀ କହିଲେ ସେମାନଙ୍କୁ ଔଷଧ ତଥା ରୋଗସମ୍ୱନ୍ଧିୟ ପରାମର୍ଶ ଯୋଗାଇଦିଆଯିବ l ଏହି ସେବା ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୮ ଘଟିକା ଠାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏବଂ ରବିବାର ସକାଳ ୮ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ l ଜନସାଧାରଣ ଅଯଥାରେଘରୁ ନ ବାହାରି ଏହି ସେବାର ସୁବିଧା ନେଇ ପାରିବେ ବୋଲି ବିଭାଗ ତରଫରୁ ଅନୁରୋଧ କରାଯାଇଛି l

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories