www.samajalive.in
Saturday, December 6, 2025
26.1 C
Bhubaneswar

ପାଟକୁରାରେ ମାତିଛନ୍ତି ଲୁଟିଆ, ଗୋଟିଏ ରାତିରେ ୩ ସ୍ଥାନରୁ ଚୋରି

ପାଟକୁରା: ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଗୋତ୍ରବିଲ ଗ୍ରାମରେ ଶୁକ୍ରବାର ରାତିରେ ଅଜ୍ଞାତ ଦୁବୃର୍ତ୍ତମାନେ ଘର ପଛପାଖ ଦରଜା ଭାଙ୍ଗି ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ସେହିପରି ଗ୍ରାମରୁ ଅନ୍ୟ ଦୁଇ ତିନି ସ୍ଥାନରୁ ମଧ୍ୟ ଦୃବର୍ତ୍ତମାନେ ମୋବାଇଲ ଚୋରୀ କରିଥିବାର ଅଭିଯୋଗ ହୋଇଛି। ପାଟକୁରା ପୁଲିସ ଓ କେନ୍ଦ୍ରାପଡାରୁ ସ୍ୱତନ୍ତ୍ର ଅଧିକାରୀମାନେ ଆସି ତଦନ୍ତ କରି ଫେରିଯାଇଛନ୍ତି।

- Advertisement -

ଅଭିଯୋଗରୁ ଜଣାପଡିଛି ଯେ, ଗୋତ୍ରବିଲ ଗ୍ରାମର ବଟକୃଷ୍ଣ ନାୟକଙ୍କ ଘରର ପଛପଟ ଦରଜା ଭାଙ୍ଗି ଦୁବୃର୍ତ୍ତମାନେ ଘରେ ପଶିଥିଲେ। ବଟକୃଷ୍ଣଙ୍କର ଦୁଇ ପୁଅ ଅନ୍ୟ ଘରମାନଙ୍କରେ ଶୋଇଥିବା ବେଳେ, ଦୁବୃର୍ତ୍ତମାନେ ସେମାନଙ୍କୁ ଘର ବାହାର ପଟରୁ କବାଟ ବନ୍ଦ କରି ଦେଇଥିଲେ। ଗରମ ହେଉଥିବାରୁ ବଟକୃଷ୍ଣ ଉପର ଘରେ ଶୋଇଥିଲେ, ସେହି ଘରେ ବଟକୃଷ୍ଣଙ୍କର ଶାରୀରିକ ଅକ୍ଷମ ପତ୍ନୀ ଶୋଇଥିଲେ। ଦୁବୃର୍ତ୍ତମାନେ ବଟକୃଷ୍ଣଙ୍କର ଶୋଇବା ଘରେ ଥିବା ଏକ ଥାକରୁ ଚାବି ନେଇ ଷ୍ଟିଲ ଆଲମିରା ଖୋଲି ଲକରରୁ ନଗଦ ଏକ ଲକ୍ଷ ୪ହଜାର ଟଙ୍କା ଓ ପ୍ରାୟ ଦେଢ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଘରେ ଥିବା ଏକ ମୋବାଇଲ୍‍କୁ ମଧ୍ୟ ଦୁବୃର୍ତ୍ତମାନେ ନେଇ ଯାଇଥିବାର ଅଭିଯୋଗ ହୋଇଛି। ବଟକୃଷ୍ଟଙ୍କ ପରିବାରରେ ଏକ ଜମି କ୍ରୟ କରିବା ଓ ଘର ନିର୍ମାଣ କରିବା ପାଇଁ ଘରେ ଏତେଗୁଡାଏ ଟଙ୍କା ରଖାଯାଇଥିବା ବଟକୃଷ୍ଣଙ୍କ ପରିବାର ଲୋକମାନେ କହିଛନ୍ତି। ଘରେ ଥିବା ବାକ୍ସ ଓ ଆଟାଚିକୁ ଚୋରମାନେ ଏଣେ ତେଣେ ଫୋପଡା ଫୋପାଡି କରିଥିବାର ଦେଖାଯାଇଛି।

ଏ ସମ୍ପର୍କରେ ଆଜି ବଟକୃଷ୍ଣଙ୍କର ପୁଅ ଦିଲ୍ଲୀପ ନାୟକ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଗତକାଲି ରାତ୍ରିରେ ଏହି ଗ୍ରାମରୁୂ ମେଘାନଦ ବାରିକ୍‍ଙ୍କର ଏକ ଜେରକ୍ସ ଦୋନରୁ ଦୁଇଟି ମୋବାଇଲ ଓ ବାହାରେ ଥିବା ଗୋଟିଏ ସାଇକେଲକୁ ମଧ୍ୟ ଦୃବୃର୍ତ୍ତମାନେ ଚୋରି କରି ନେଇଯାଇଛନ୍ତି ବୋଲି ଜଣାଯାଇଛି। ଗୋତ୍ରବିଲ ଗ୍ରାମର ପ୍ରଦୀପ ସାମନ୍ତରାୟଙ୍କ ପୁଅ ଘରେ ଶୋଇଥିବା ଅବସ୍ଥାରେ କାନରେ କଡ ଲଗାଇ ମୋବାଇଲ ଶୁଣୁଥିବାବେଳେ, ଚୋରମାନେ ମୋବାଇଲକୁ ନେଇଯାଇଛନ୍ତି। ସେହିପରି ଗ୍ରାମର ଗଜେନ୍ଦ୍ର ସାହୁଙ୍କ ଘରେ ପଶି ଏକ ଆଟାଚି ନେଇ ବାଡି ଫପାଡି ଦେଇଛନ୍ତି। ସେଥିରେ ଅଢେଇ ହଜାର ଟଙ୍କା ରହିଥିବା ଗଜେନ୍ଦ୍ର ପ୍ରକାଶ କରିଛନ୍ତି। ଚୋରମାନେ ଗ୍ରାମର ଅଜୟ ମହାନ୍ତି ଘରର କବାଟ ଖୋଲିଥିବାବେଳେ, ତାଙ୍କ ତ୍ସ୍ରୀ ଉଠି ପାଟି କରିବାରୁ ଚୋରମାନେ ପଳାଇଯାଇଥିଲେ। ନିକଟସ୍ଥ କିଣିଲୋ ଗ୍ରାମର ସ୍ୱର୍ଗତ ଭଗବାନ ରାଉତଙ୍କ ତ୍ସ୍ରୀ ଚାରୁବାଳା ଘରର ଝରକା ପାଖରେ ଶୋଇଥିବା ବେଳେ, ଦୁବୃର୍ତ୍ତମାନେ ଚାରୁବାଳାଙ୍କ କାନରେ ଥିବା ସୁନା ଫୁଲକୁ ଛିଣ୍ଡାଇ ନେଇଯାଇଛନ୍ତି। ଫଳରେ ଚାରୁବାଳାଙ୍କର କାନ ଛିଣ୍ଡିଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories