www.samajalive.in
Friday, December 5, 2025
26.1 C
Bhubaneswar

‘ନିତିଶ ଜଣେ ଅସହାୟ, ଅତ୍ୟନ୍ତ ଦୁର୍ବଳ ଓ କ୍ଳାନ୍ତ ମୁଖ୍ୟମନ୍ତ୍ରୀ’

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ମ୍ୟାନେଜର ରୁପେଶ କୁମାର ସିଂହ ହତ୍ୟା ମାମଲାରେ ନିତିଶ କୁମାରଙ୍କ ସରକାରକୁ ଆରଜେଡି ନେତା ତଥା ବିରୋଧୀ ଦଳ ନେତା ତେଜ୍ବସୀ ଯାଦବ କଡ଼ା ସମାଲୋଚନା କରିଛନ୍ତି। ନିତିଶ ଜଣେ ଅସହାୟ, ଅତ୍ୟନ୍ତ ଦୁର୍ବଳ ଏବଂ କ୍ଳାନ୍ତ ମୁଖ୍ୟମନ୍ତ୍ରୀ ବୋଲି ତେଜସ୍ବୀ କହିଛନ୍ତି।

ତେଜସ୍ବୀ କହିଛନ୍ତି, ବିହାରରେ ଯେପରି ଅପରାଧ ବୃଦ୍ଧି ପାଉଛି ଏହା ଦେଶର କ୍ରାଇମ କ୍ୟାପିଟାଲରେ ପରିଣତ ହେବାକୁ ଯାଉଛି। ରାଜ୍ୟରେ ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଅପରାଧୀମାନଙ୍କୁ ସୁରକ୍ଷା ଦେଉଛନ୍ତି। ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ ସମ୍ପର୍କରେ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧମକ ଦେଉଛନ୍ତି।

- Advertisement -

ତେଜସ୍ବୀ ଆହୁରି କହିଛନ୍ତି, ଆଗାମୀ ମାସକ ମଧ୍ୟରେ ଯଦି ରାଜ୍ୟରେ ଅପରାଧ ନିୟନ୍ତ୍ରଣକୁ ନ ଆସେ, ତେବେ ମହାମେଣ୍ଟର ସବୁ ବିଧାୟକ ଦିଲ୍ଲୀ ଯାଇ ସରକାରଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିବେ। ସାମ୍ବାଦିକମାନେ ସରକାରଙ୍କୁ ଅପରାଧ ସମ୍ପର୍କରେ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧମକ ଦେବା ସହିତ ପୁଲିସକୁ ନିରୁତ୍ସାହିତ କରିବା ଉଚିତ ନୁହେଁ ବୋଲି କହୁଛନ୍ତି। ଏପରି କି ରୁପେଶଙ୍କ ହତ୍ୟା ପଛରେ ବିହାରର କିଛି ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ଯାଦବ ଫେସବୁକ୍‌ ଲାଇଭରେ ଗତ ଶୁକ୍ରବାର ଅଭିଯୋଗ କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories