www.samajalive.in
Saturday, December 6, 2025
14.1 C
Bhubaneswar

ଡିକି ଭାଙ୍ଗି ୨.୫ ଲକ୍ଷ ଲୁଟ୍ ଘଟଣା ; ସିସିଟିଭି ରୁ ମିଳିଲା ଲୁଟେରାଙ୍କ ଫଟୋ, ଡିକିରେ ଟଙ୍କା ନ ରଖିବାକୁ ଅନୁରୋଧ

ରେଙ୍ଗାଲି : ଶୁକ୍ରବାର ରେଙ୍ଗାଲିରେ ଦୁଇଟି ଲୁଟ୍ ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଦିନ ୨ଟା ଏବଂ ସନ୍ଧ୍ୟା ୫ଟା ରେ ଲୁଟେରାମାନେ ବାଇକ୍ ଡିକି ଭାଙ୍ଗି ୨ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟେରାମାନଙ୍କୁ ଧରିବା ଏବଂ ସେମାନଙ୍କ ଗତିବିଧି ଜାଣିବା ପାଇଁ ପୁଲିସ ଜୋରଦାର୍ ଅଭିଯାନ ଚଲାଇଛି। ଗତକାଲି ସବୁ ଜିଲ୍ଲା ସୀମା ସିଲ୍ କରାଯାଇ ବ୍ୟାପକ ଯାଞ୍ଚ କରାଯିବା ସହିତ ଏକ ସ୍ୱତନ୍ତ୍ର ଟିମ୍ ଲୁଟିଆ ମାନଙ୍କ ତଲାସରେ ଜିଲ୍ଲା ବାହାରକୁ ପଠାଇଯାଇଥିବା ଜଣାପଡିଛି। ଲୁଟେରାମାନେ ବ୍ୟବହାର କରିଥିବା ବାଇକ୍ କେଉଁ ଜିଲ୍ଲାର ତାହାର ସୁରାକ୍ ମଧ୍ୟ ପୁଲିସ ହାତରେ ଲାଗିଛି। ସେମାନଙ୍କୁ କାବୁ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ସର୍ଭିର୍ଲାନ୍ସ ଏବଂ ଫିଜିକାଲ୍ ସର୍ଭିଲାନ୍ସ କୁ ଜୋରଦାର୍ କରାଯାଇଥିବାର ସୂଚନା ମିଳିଛି। ଅପରପକ୍ଷରେ ପ୍ରଧାନପାଲି ଟୋଲ୍ ଗେଟ୍ ଏବଂ ରେଙ୍ଗାଲି ସମବାୟ ବ୍ୟାଙ୍କ୍ ରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କଲା ବେଳେ ଲୁଟେରାମାନଙ୍କ ଫଟୋ ପୁଲିସ ଠାବ କରିଥିବା କୁହାଯାଉଛି। ବ୍ୟାଙ୍କ୍ ପରିସର ଭିତରେ ଲୁଟେରାମାନେ ଉଠାଣ ସମୟର ଗତିବିଧି ଉପରେ ନଜର ରଖି ବ୍ୟାଙ୍କ୍ ରୁ ଟଙ୍କା ଧରି ଫେରୁଥିବା ଲୋକଙ୍କୁ ପିଛା କରି ସୁଯୋଗ ଦେଖି ଡିକି ଭାଙ୍ଗି ଟଙ୍କା ଲୁଟି ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଲୁଟେରାମାନଙ୍କୁ ଧରିବା ପାଇଁ ଜୋରଦାର୍ ଅଭିଯାନ ଚାଲିଛି ଖୁବ୍ ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ କହିଛନ୍ତି।

ଅପରପକ୍ଷରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ ପଚରାଯିବାରୁ ବ୍ୟାଙ୍କ୍ ରୁ ଟଙ୍କା ଉଠାଇଲା ପରେ ନିଜେ ସତର୍କ ରହି ଉକ୍ତ ଟଙ୍କାକୁ ନିରାପତ୍ତା ଏବଂ ସୁରକ୍ଷା ଦୃଷ୍ଟିରୁ ଡିକିରେ ଭର୍ତ୍ତି ନ କରି ନିଜ ହେପାଜତରେ ରଖିବାକୁ ସେ ଜନସାଧାରଣଙ୍କ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ଟଙ୍କା ଉଠାଣ ପରେ ବଜାରରେ କିଣାବିକା ନକରି ନିଜର ଗନ୍ତବ୍ୟ ସ୍ଥଳକୁ ଯିବାକୁ ଶ୍ରୀ ସାହୁଜନସାଧାରଣଙ୍କୁ ନିବେଦନ ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories