www.samajalive.in
Friday, December 5, 2025
20.1 C
Bhubaneswar

ଶୀର୍ଷ ମାନ୍ୟତା ବଜାୟ ରଖିଲେ ନାଦାଲ ଓ ହାଲେପ୍‍

ଲଣ୍ଡନ : ଟେନିସ ଖେଳାଳି ସ୍ପେନର ରାଫେଲ ନାଦାଲ ଓ ରୋମାନିଆର ସିମୋନା ହାଲେପ୍‍ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍‍ସ ତାଲିକାରେ ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି। ସୋମବାର ଏଟିପି ପକ୍ଷରୁ ପ୍ରକାଶିତ ପୁରୁଷ ଖେଳାଳିଙ୍କ ତାଲିକାରେ ନାଦାଲ ୯୩୧୦ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ଓ ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭ୍‍ଙ୍କ ମଧ୍ୟରେ ଗୋଟିଏ ପାହ୍ୟାର ଅଦଳ ବଦଳ ହୋଇଥିବା ବେଳେ ଶ୍ରେଷ୍ଠ ୧୦ ତାଲିକା ଅପରିବର୍ତ୍ତିତ ରହିଛି। ନାଦାଲଙ୍କ ପଛକୁ ସ୍ୱିଜରଲାଣ୍ଡର ରଜର ଫେଡେରର ୨ୟ ସ୍ଥାନରେ ଥିବାବେଳେ ଜର୍ମାନୀର ଆଲେକ୍‍ଜାଣ୍ଡାର ଜେରେଭ୍‍ ୩ୟ, ଆର୍ଜେଣ୍ଟିନାର ୟୁଆନ ମାର୍ଟିନ ଡେଲ ପୋଟ୍ରୋ ୪ର୍ଥ, ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭ ୫ମ, ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ୬ଷ୍ଠ, କ୍ରୋଏସିଆର ମାରିନ ସିଲିକ୍‍ ୭ମ, ଅଷ୍ଟ୍ରିଆର ଡୋମିନିକ୍‍ ଥିଏମ ୮ମ, ଆମେରିକାର ଜନ ଇସ୍‍ନର ୯ମ ଓ ସର୍ବିୟାର ନୋଭାକ ଜୋକୋଭିକ୍‍ ୧୦ମ ସ୍ଥାନ ଅଧିକାର କରିଛନ୍ତି। ମହିଳା ଖେଳାଳିଙ୍କ ତାଲିକାରେ ସିମୋନା ହାଲେପ୍‍ଙ୍କ ପଛକୁ ଡେନମାର୍କର କ୍ୟାରୋଲିନ ୱଜନିଆକି ୨ୟ, ଆମେରିକାର ସ୍ଲୋଏନ ଷ୍ଟିଫେନ୍‍ସ ୩ୟ, ଜର୍ମାନୀର ଆଞ୍ଜେଲିକ କର୍ବର ୪ର୍ଥ, ୟୁକ୍ରେନର ଏଲିନା ଶ୍ୱେତୋଲିନା ୫ମ, ଫ୍ରାନ୍‍ସର କ୍ୟାରୋଲିନ ଗାର୍ସିଆ ୬ଷ୍ଠ, ସ୍ପେନର ଗାର୍ବାଇନ ମୁଗୁରୁଜା ୭ମ, ଚେକ୍‍ ରିପବ୍ଲିକ୍‍ର ପେଟ୍ରା କ୍ୱିଟୋଭା ୮ମ, କ୍ୟାରୋଲିନା ପ୍ଲିସ୍କୋଭା ୯ମ ଓ ଜର୍ମାନୀର ଜୁଲିଆ ଜର୍ଜେସ ୧୦ମ ସ୍ଥାନରେ ରହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories