www.samajalive.in
Saturday, December 6, 2025
14.1 C
Bhubaneswar

ବିଶାଳ ସ୍କୋର୍‍ ପରେ ବିଜୟ ଦ୍ୱାରରେ ଭାରତ ‘ଏ’

ବାଙ୍ଗାଲୋର : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଘରୋଇ ଭାରତ ‘ଏ’ ବିଜୟୀ ହେବା ସ୍ଥିତିରେ ପହଞ୍ଚିଛି। ବ୍ୟାଟ୍‍ସମ୍ୟାନ୍‍ଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ଇନିଂସରେ ଭାରତ ‘ଏ’ ବିଶାଳ ସ୍କୋର୍‍ କରିବା ପରେ ଦକ୍ଷିଣ ଆଫ୍ରିକା ଚାପରେ ପଡ଼ିଯାଇଛି। ଦକ୍ଷିଣ ଆଫ୍ରିକା ‘ଏ’ର ପ୍ରଥମ ଇନିଂସ ସ୍କୋର୍‍ ୨୪୬ ରନ୍‍ ଜବାବରେ ଓପ୍‍ନର ମୟଙ୍କ ଅଗ୍ରୱାଲଙ୍କ ଅପରାଜିତ ଦ୍ୱିଶତକ ଓ ପୃଥ୍ୱୀ ସ’ଙ୍କ ଶତକ ବଳରେ ସୋମବାର ୩ୟ ଦିନରେ ୮ ୱିକେଟରେ ୫୮୪ ରନ୍‍କରି ପ୍ରଥମ ଇନିଂସ ଘୋଷଣା କରିଛି। ଫଳରେ ପ୍ରଥମ ଇନିଂସରେ ଭାରତ ‘ଏ’ ୩୩୮ ରନ୍‍ ଆଗରେ ରହିଛି। ପରେ ଦକ୍ଷିଣ ଆଫ୍ରିକା ‘ଏ’ ୨ୟ ଇନିଂସ ଆରମ୍ଭକରି ସୋମବାର ୩ୟ ଦିନର ଖେଳ ଶେଷସୁଦ୍ଧା ମାତ୍ର ୯୯ ରନ୍‍କରି ୪ଟି ୱିକେଟ ହରାଇଛି। ଏବେ ଦକ୍ଷିଣ ଆଫ୍ରିକା ‘ଏ’ ହାତରେ ଶେଷ ୬ଟି ୱିକେଟ ବାକିଥିବା ବେଳେ ଏହା ଆହୁରି ୨୩୯ ରନ୍‍ ପଛରେ ରହିଛି। ବିଜୟ ପାଇଁ ମଙ୍ଗଳବାର ୪ର୍ଥ ତଥା ଶେଷ ଦିନରେ ଭାରତ ‘ଏ’ ଆଉ ୬ଟି ୱିକେଟ ଆବଶ୍ୟକ କରୁଛି।
ଏହି ୪-ଦିନିଆ ମ୍ୟାଚ୍‍ରେ ଭାରତ ‘ଏ’ ୨ୟ ଦିନର ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୪୧୧ ରନ୍‍ କରିଥିଲା। ପୃଥ୍ୱୀ ସ’ ୧୩୬ ରନ୍‍ କରିଥିଲେ। ପୂର୍ବଦିନ ୨୨୦ ରନ୍‍କରି ଅପରାଜିତ ଥିବା ଅନ୍ୟ ଓପ୍‍ନର ମୟଙ୍କ ଅଗ୍ରୱାଲ ୪ଟି ଛକା ଓ ୩୧ଟି ଚୌକା ସହ ସେହି ସ୍କୋର୍‍ରେ ଆଉଟ ହୋଇଥିଲେ। ୩ୟ ଦିନରେ ଅଧିନାୟକ ଶ୍ରେୟାସ ଆୟର ୨୪ ରନ୍‍ କରିଥିବା ବେଳେ ହନୁମା ବିହାରୀ ଓ କେ.ଏସ୍‍. ଭାରତ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ୫ମ ୱିକେଟ ପାଇଁ ୯୫ ରନ୍‍ ଯୋଡ଼ିଥିଲେ। ଭାରତ ୭୭ ବଲ୍‍ରୁ ୪ଟି ଛକା ଓ ୫ଟି ଚୌକା ସହ ୬୪ ରନ୍‍ କରିଥିଲେ। ହନୁମା ବିହାରୀ ଗୋଟିଏ ଛକା ଓ ୩ଟି ଚୌକା ସହ ୫୪ ରନ୍‍ କରିଥିଲେ। ଅକ୍ଷର ପଟେଲ ୩୩ ରନ୍‍କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକାର ପେସ୍‍ ବୋଲର ବ୍ୟୁରାନ୍‍ ହେଣ୍ଡ୍ରିକ୍‍ସ ୩ଟି ଏବଂ ଡୁଆନ୍‍ ଅଲିଭିଅର ଓ ଡେନ୍‍ ପିଟ୍‍ ୨ଟି ୱିକେଟ ନେଇଥିଲେ। ପରେ ଦକ୍ଷିଣ ଆଫ୍ରିକା ‘ଏ’ ୬ ରନ୍‍ରେ ୨ ଓପ୍‍ନରଙ୍କ ୱିକେଟ ହରାଇଥିଲା। ତେବେ ଜୁବେର ହାମ୍‍ଜା ୮ଟି ଚୌକା ସହ ୪୬ ରନ୍‍କରି ଅପରାଜିତ ରହିଛନ୍ତି। ଏସ୍‍. ମୁଥୁସ୍ୱାମୀ ୪୧ ରନ୍‍ କରିଛନ୍ତି। ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଭାରତ ‘ଏ’ର ପେସ୍‍ ବୋଲର ମହମ୍ମଦ ସିରାଜ୍‍ ୪ଟିଯାକ ୱିକେଟ ନେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories