www.samajalive.in
Saturday, December 6, 2025
14.1 C
Bhubaneswar

ହବିବୁର ଗିରଫ: ଆତଙ୍କର ଚେର ନେଇ ଗୁଇନ୍ଦା ସଜାଗ

ଭୁବନେଶ୍ୱର : ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା କେନ୍ଦ୍ରାପଡ଼ାର ହବିବୁର ରେହମାନ ଗିରଫ ପରେ ରାଜ୍ୟରେ ଆତଙ୍କର ଚେର ନେଇ ରାଜ୍ୟ ଗୁଇନ୍ଦା ବିଭାଗ ସଜାଗ ହୋଇପଡିଛି। ଆବଶ୍ୟକ ପଡିଲେ ଓଡ଼ିଶା ପୁଲିସ ଏନ୍‍ଆଇଏକୁ ତଦନ୍ତରେ ସହଯୋଗ ଯୋଗାଇ ଦେବ ବୋଲି ପୁଲିସ ମହାନିର୍ଦେଶକଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ମହାନିର୍ଦେଶକ ତଥା ପୁଲିସ କମିସନର ସତ୍ୟଜିତ୍‍ ମହାନ୍ତି କହିଛନ୍ତି। ଅପରପକ୍ଷରେ କ୍ରାଇମ୍‍ବ୍ରାଞ୍ଚର ଏସ୍‍ଟିଏଫ୍‍ ଏ ସଂକ୍ରାନ୍ତରେ ଏନ୍‍ଆଇଏ ସହିତ ଯୋଗାଯୋଗରେ ରହିଛି ବୋଲି ସେ କହିଛନ୍ତି। ତାଛଡା କ୍ରାଇମ୍‍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ଦିଲ୍ଲୀ ଯାଇଥିବା ଜଣାପଡିଛି।
ଲସ୍କର-ଇ-ତୋଇବା(ଏଲ୍‍ଇଟି) ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ହବିବୁରର ଘର କେନ୍ଦ୍ରାପଡ଼ା ଜିଲା ପାଟକୁରା ଜଣାପଡିବା ପରେ ଦେଶରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା। ଗିରଫ ହବିବୁର ସାଉଦିଆରବର ରିଆଦ୍‍ରେ ଦୀର୍ଘଦିନ ହେବ ରହୁଥିଲା। ଯଦିଓ ସେ ଅନେକ ଦିନ ହେବ ଓଡ଼ିଶା ବାହାରେ ରହୁଥିଲା ତଥାପି ତା’ର ଓଡ଼ିଶାରେ କାହା ସହିତ ସମ୍ପର୍କ ରହିଛି କି ନାହିଁ ସେ ସମ୍ପର୍କରେ ତଜର୍ମା ଆରମ୍ଭ ହୋଇଛି।
ହବିବୁର ସମ୍ପର୍କରେ ଏନ୍‍ଆଇଏ ଦୀର୍ଘଦିନ ହେବ ତଥ୍ୟ ସଂଗ୍ରହ କରୁଥିଲା। ହବିବୁର ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା।ହବିବୁର ରେହମାନ ଭାରତରେ ନୋମିକୁ ଲୁଚାଇ ରଖିବା ଲାଗି ଏକ ପ୍ରକାର ସହଯୋଗ କରୁଥିବା ଜଣାଯାଇଛି। ନୋମି ସହିତ ଆଉ ଦୁଇଜଣ ପାକିସ୍ତାନି ଆତଙ୍କବାଦୀ ବାଂଲାଦେଶ ଦେଇ ଭାରତକୁ ଅନୁପ୍ରବେଶ କରିଥିଲେ। ବାଂଲାଦେଶରୁ ଅନେକ ଅନୁପ୍ରବେଶକାରୀ ଓଡ଼ିଶାକୁ ଆସିଛନ୍ତି। ବିଶେଷକରି କେନ୍ଦ୍ରାପଡ଼ାରେ ଅନେକ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି। ହବିବୁର କେନ୍ଦ୍ରାପଡ଼ା ବାସିନ୍ଦା। ନୋମିକୁ ଆତଙ୍କବାଦ କାର୍ଯ୍ୟକଳାପ ଲାଗି ହବିବୁର କାହା ମାଧ୍ୟମରେ ଆର୍ଥିକ ସହାୟତା ଦେଉଥିଲା ତାକୁ ନେଇ ଏବେ ଖୋଳତାଡ ଚାଲିଛି। ଏହି କ୍ଷେତ୍ରରେ ଓଡ଼ିଶା ପୁଲିସ ଏନ୍‍ଆଇଏକୁ ସହଯୋଗ କରିବାକୁ ପରାମର୍ଶ ଦେଇଛି। ସେହିପରି ଗତ୨୦୧୫ ଡିସେମ୍ବର ୧୫ରେ କଟକ ଜଗତପୁର ନିକଟ ପଶ୍ଚିମକଚ୍ଛ ଗ୍ରାମରେ କମିସନରେଟ୍‍ ପୁଲିସ ସହଯୋଗରେ ଦିଲ୍ଲୀ ସ୍ୱତନ୍ତ୍ର ଶାଖା ପୁଲିସ ଚଢ଼ଉ କରି ଅଲ୍‍କାଏଦା ସଂଗଠନର ଭାରତ ମହାଖଣ୍ଡ(ଏକ୍ୟୁଆଇଏସ୍‍)ର ସଦସ୍ୟ ଥିବା ଅବଦୁର ରେହମାନ୍‍କୁ ଗିରଫ କରାଯାଇଥିଲା। ଅବ୍‍ଦୁର ଆକାଉଣ୍ଟକୁ ସାଉଦିଆରବରୁ ଟଙ୍କା ଆସୁଥିବା ଜଣାପଡିଥିଲା।

କେନ୍ଦ୍ରାପଡାରେ ଆତଙ୍କ
କେନ୍ଦ୍ରାପଡା/ପାଟକୁରା  : ହବିବୁର ରହେମାନର ଘର କେନ୍ଦ୍ରାପଡା ଜିଲା ପାଟକୁରା ଥାନା ତେଣ୍ଡାକୁଡା ଅଞ୍ଚଳରେ ବୋଲି ଜଣାପଡିଛି । ସେ ୧୦ ବର୍ଷ ହେଲା ମୁମ୍ବଇ ଓ ସେଠାରୁ ରିଆଦ ଯାଇଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂତ୍ରରୁ ପ୍ରକାଶ । ସେଠାକୁ ଯାଇ ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥାଇପାରେ ବୋଲି ସେମାନେ ସନ୍ଦେହ କରୁଛନ୍ତି। ତେବେ ଏହି ଘଟଣା ପରେ କେନ୍ଦ୍ରାପଡା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତ ୧ବର୍ଷ ତଳେ ରାଜସ୍ଥାନର ବାଡମେର ପୁଲିସ ସନ୍ଦିଗ୍ଧ ଆତଙ୍କବାଦୀ ଭାବେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଜୟିପୁରା ଗ୍ରାମର ମହମ୍ମଦ ଜାଭେଦ ସୁରିୟାଙ୍କୁ ଗିରଫ କରିଥିଲା। ତାଙ୍କ ଅଜା ସ୍ୱର୍ଗତ ମହମ୍ମଦ ଜାକରିୟା ତାଙ୍କୁ ରାଜସ୍ଥାନରୁ ଜାମିନରେ ଆଣିଥିଲେ। ଜାକରିୟାଙ୍କ ମୃତ୍ୟୁପରେ ଜାଭେଦ୍‌ ଆଜିପର୍ଯ୍ୟନ୍ତ ରାଜସ୍ଥାନ ଏସଡିଜେଏମ୍‌ଙ୍କ କୋର୍ଟରେ ହାଜିର ହୋଇନି। ରାଜସ୍ଥାନ ପୁଲିସ ଦୁଇ ଦୁଇ ଥର କେନ୍ଦ୍ରାପଡା ଆସି ଜାଭେଦଙ୍କ ସମ୍ପର୍କରେ ତଥ୍ୟହାସଲ ସହ ତାଙ୍କ ନାମରେ ଥିବା ସମ୍ପତିକୁ ବ୍ୟାଜ୍ୟାପ୍ତ ପାଇଁ ତହସିଲଦାରଙ୍କ ଠାରୁ ସମ୍ପତି ତାଲିକା ନେଇଛି। ଏବେ ପୁଣି କେନ୍ଦ୍ରାପଡାର ଆଉ ଜଣେ ଯୁବକ ହବିବୁର ଆତଙ୍କବାଦୀ ଭାବେ ଗିରଫ ହେବା ଲୋକଙ୍କୁ ଆତଙ୍କିତ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories