www.samajalive.in
Saturday, December 6, 2025
23.1 C
Bhubaneswar

ଇଂଲଣ୍ଡ ବିପକ୍ଷ ଟେଷ୍ଟମ୍ୟାଚ୍‍: ୪ନଂ ସ୍ଥାନରେ ଖେଳିବେ ଗିଲ୍‍

ହେଙଲି: ଶୁକ୍ରବାରଠାରୁ ହେଙଲିରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମାଚ୍ ଖେଳିବ। ବ। ଇଂଲଣ୍ଡ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଥିବା ବେଳେ ଭାରତ ଏହାକୁ ନେଇ ମାନସ ମନ୍ଥନ ଚଳାଇଛି। ବୁଧବାର ଭାରତୀୟ ଉପଅଧୂନାୟକ ଋଷଭପନ୍ତ କହିଛନ୍ତି ଯେ ଅଧୂନାୟକ ଶୁଭମନ ଗିଲ୍ ୪ନଂ ସ୍ଥାନରେ ବ୍ୟାଟିଂକରିବେ; ଯେଉଁସ୍ଥାନରେ ଗତ ଏକ ଦଶନ୍ଧି ଧରି ବିରାଟ କୋହଲି ଖେଳୁଥିଲେ। ତେବେ ୩ନଂ ସ୍ଥାନରେ କିଏ ଖେଳିବେ; ତାହା ସ୍ପଷ୍ଟ ହୋଇନାହିଁ। ଏହି ସ୍ଥାନ ପାଇଁ ୨ ଜଣ ଦାବିଦାର ଅଛନ୍ତି। କରୁଣ ନାୟ ଓ ସାଇ ସୁଦର୍ଶନଙ୍କ ମଧ୍ୟରୁ ଜଣେ ଖେଳିବେ। ତେବେ ଅଭିଜ୍ଞତା ଓ ଟେକ୍‌ନିକ୍‌ ଦୃଷ୍ଟିରୁ ନାୟାର ୩ ସ୍ଥାନରେ ଖେଳିବାର ସମ୍ଭାବନା ଅଧିକ।

ଯଶସ୍ୱୀ ଜୟସୱାଲ ଓ ଲୋକେଶ ରାହୁଲ ଇନିଂସ ଓପନ୍‌ କରିବା ନିଶ୍ଚିତ। ରାହୁଲଙ୍କର ଇଂଲଣ୍ଡରେ ଖେଳିବାର ବେଶ ଅଭିଜ୍ଞତା ରହିଛି। ୫ନଂ ସ୍ଥାନରେ ୱିକେଟ ରକ୍ଷକ ଋଷଭ ପନ୍ତଙ୍କ ଖେଳିବା ନେଇ କୌଣସି ସନ୍ଦେହ ନାହିଁ । ୬ନଂ ସ୍ଥାନ ପାଇଁ ମାନସ ମନ୍ଥନ ଚାଲିଛି। ଏହି ସ୍ଥାନରେ ଦୁଇ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ନୀତୀଶ କୁମାର ରେଡ୍‌ଡୀଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଯଦି ଭାରତ ବ୍ୟାଟିକୁ ମଜଭୁତ କରିବାକୁ ଚାହିଁବ; ତେବେ ଏହି ସ୍ଥାନରେ ସାଇ ସୁଦର୍ଶନ ଖେଳିପାରନ୍ତି । ଫଳରେ ୭ନଂ ସ୍ଥାନ ଅଲ୍‌ରାଉଣ୍ଡରଙ୍କୁ ଯାଇପାରେ । ୮ନଂ ସ୍ଥାନ ପାଇଁ ୩ ଜଣ ଦାବିଦାର ଅଛନ୍ତି। ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର, ପେସ୍ ବୋଲି ବାଙ୍ଗି ଅଲ୍‌ରାଉଣ୍ଡର ସାର୍ଦୁଳ ଠାକୁର ଓ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ। ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ୍ ପେସ୍ ବୋଲର ଭାବେ ପ୍ରଥମ ପସନ୍ଦ। ୩ୟ ପେସ୍ ବୋଲର ସ୍ଥାନ ପ୍ରସିଦ୍ଧ କୃଷ୍ଣଙ୍କୁ ମିଳିପାରେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories