ସମାଜ ଡିଜିଟାଲ ଡେସ୍କ: ଦାରିଙ୍ଗବାଡି ବ୍ଲକ ସରମୂଳି ପଞ୍ଚାୟତର ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୂର୍ବତନ ପିଇଓ ଅକୃର ମାଝୀଙ୍କୁ ଗିରଫ କରାଯାଇଛି । ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯେ୍ଧଜ୍ଞ ହେବା ପରେ ଗିରଫ ହୋଇଛନ୍ତି ଅକୃର । ଅକୃରଙ୍କ ନାଁରେ ୫୩ଲକ୍ଷରୁ ଅଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ବିନା କାମରେ ୫ଲକ୍ଷ ୩୮ହଜାରରୁ ଅଧିକ ଟଙ୍କାର ବିଲ୍ କରି ସରକାରୀ ଟଙ୍କା ହଡପ କରିଥିଲେ ଅକୃର । ଏହି ମାମଲାରେ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରିଛି ।
Popular Categories



