MEllora 950×100

ଲତା ଦିଦିଙ୍କୁ ସମ୍ମାନ ଜଣାଇଲା ଭାରତୀୟ ଦଳ, କଳାପଟି ପିନ୍ଧି ଖେଳିଲେ

ଅହମ୍ମଦାବାଦ୍‌  : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ରବିବାର ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଉକ୍ତ ମ୍ୟାଚ ଭାରତ ପାଇଁ ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆ ରହିଥିଲା। ଏହି ଐତିହାସିକ ମ୍ୟାଚରେ ଭାରତୀୟ ଖେଳାଳିମାନେ ହାତରେ କଳା ପଟି ପିନ୍ଧି ଖେଳିଥିଲେ। ଭାରତ ରତ୍ନ, ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇ ସ୍ମୃତିରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳର ସଦସ୍ୟମାନେ ବାହୁରେ କଳାପଟି ପିନ୍ଧି ଖେଳିଥିଲେ। ଏ ନେଇ ବିିସିସିଆଇ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ରବିବାର ଦେହାନ୍ତ ହୋଇଛି। ତାଙ୍କ ସ୍ମୃତିରେ ଭାରତୀୟ ଖେଳାଳିମାନେ କଳାପଟି ପି୍ନ୍ଧି ମ୍ୟାଚ ଖେଳିଥିଲେ। ମେଲୋଡି କୁଇନ୍ ଭାବେ ଜଣାଶୁଣା ଲତା ଦିଦି କ୍ରିକେଟପ୍ରେମୀ ମଧ୍ୟ ଥିଲେ। ସେ ସର୍ବଦା କ୍ରିକେଟ ଓ ଭାରତୀୟ ଦଳକୁ ସମର୍ଥନ କରିଥାନ୍ତି ବୋଲି ବିିସିସିଆଇ ପକ୍ଷରୁ କୁହାଯାଇଛି। ସେହିପରି ବିସିସିଆଇ ମଧ୍ୟ ଟ୍ବିଟ୍‌ କରି ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇଛି। ସୂଚନାଯୋଗ୍ୟ, ଭାରତ ରବିବାର ତାର ୧୦୦୦ତମ ଅନ୍ତଜାତୀୟ ଦିିନିକିଆ ମ୍ୟାଚ ଖେଳିଥିଲା। କ୍ରିକେଟ ଇତିହାସରେ ଏହା ପ୍ରଥମ। ଅନ୍ୟ କୌଣସି ଦେଶ ଏପର୍ଯ୍ୟନ୍ତ ୧୦୦୦ଟି ଅନ୍ତର୍ଜାତୀୟ ଦିନିକିଅା ମ୍ୟାଚ ଖେଳିନାହିଁ।

Comments are closed.